ଚେନ୍ନାଇ: ଚଳିତ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ଚେନ୍ନାଇନ୍ ପ୍ରଥମ ବିଜୟ ପାଇଛି। ଗୁରୁବାର ମ୍ୟାଚ୍ରେ ଚେନ୍ନାଇନ୍ ୩-୦ ଗୋଲ୍ରେ ନର୍ଥଇଷ୍ଟ୍ ୟୁନାଇଟେଡ୍କୁ ହରାଇଛି। ଚେନ୍ନାଇନ୍ ପକ୍ଷରୁ ଅବ୍ଦୁଲ୍ ନେଦିଓଦାତ୍ (୧୧ ମିନିଟ୍), ରାଫିଏଲ୍ ଅଗୁଷ୍ଟୋ (୨୪ ମିନିଟ୍) ଏବଂ ମହମ୍ମଦ ରଫି (୮୪ ମିନିଟ୍) ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।