ଚେନ୍ନାଇ : ଆଇପିଏଲ୍ ୨୦୨୫ର ରିଟେନ୍ ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଛି। ସମସ୍ତ ୧୦ଟି ଦଳ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। କେକେଆର୍, ଦିଲ୍ଲୀ କ୍ୟାପିଟାଲ୍ସ, ଆର୍ସିବି ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ ସମେତ ୪ଟି ଦଳ ନିଜ ଅଧିନାୟକଙ୍କୁ ବାଦ୍ ଦେଇଛନ୍ତି। ତେବେ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହା ସହିତ ସେ ଏକ ଖୁସି ଖବର ମଧ୍ୟ ଦେଇଛି । ଚେନ୍ନାଇ ଏମ୍ ଏସ୍ ଧୋନିଙ୍କୁ ରିଟେନ୍ କରିଛି ଏବଂ ଏହାର ଅର୍ଥ ସେ ଆଇପିଏଲ୍ ୨୦୨୫ରେ ଖେଳିବେ। ଚେନ୍ନାଇ ଦଳ ରଚିନ ରବୀନ୍ଦ୍ରଙ୍କ ଭଳି ଖେଳାଳିଙ୍କୁ ରିଟେନ୍ କରିନି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।
ଚେନ୍ନାଇ ସୁପର କିଙ୍ଗ୍ସ ୫ ଜଣ ଖେଳାଳିଙ୍କୁ ରିଟେନ୍ କରିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଋତୁରାଜ ଗାଇକୱାଡ, ରବୀନ୍ଦ୍ର ଜାଡେଜା, ମଥିଶ ପଥିରାନା, ଶିବମ ଦୁବେ ଓ ଏମଏସ ଧୋନି। ରବୀନ୍ଦ୍ର ଜାଡେଜାଙ୍କୁ ଚେନ୍ନାଇ ୧୮ କୋଟି ଟଙ୍କା ଦେଇଛି। ଋତୁରାଜ ଗାଇକୱାଡଙ୍କୁ ମଧ୍ୟ ୧୮ କୋଟି ଟଙ୍କାରେ ରଖାଯାଇଛି। ମାଥିଶ ପଥିରାନାଙ୍କୁ ୧୩ କୋଟି ଟଙ୍କାରେ ରଖାଯାଇଛି। ଶିବମ ଦୁବେଙ୍କୁ ୧୨ କୋଟି ଟଙ୍କାରେ ରିଟେନ୍ କରାଯାଇଥିବା ବେଳେ ଧୋନିଙ୍କୁ ୪ କୋଟି ଟଙ୍କାରେ ରିଟେନ୍ କରାଯାଇଥିଲା। ଏହି ଖେଳାଳିଙ୍କୁ ଅଣକ୍ୟାପ୍ଡ ଖେଳାଳି ଭାବେ ବଜାୟ ରଖାଯାଇଛି।
ଆଇପିଏଲ ୨୦୨୫: ଧୋନୀଙ୍କୁ ରିଟେନ କଲା ସିଏସକେ
ଚେନ୍ନାଇ ସୁପରକିଙ୍ଗସ ଧୋନିଙ୍କୁ ରିଟେନ୍ କରିଛି ଏବଂ ଏହାର ଅର୍ଥ ସେ ଆଇପିଏଲ୍ ୨୦୨୫ରେ ଖେଳିବେ। ଚେନ୍ନାଇ ଦଳ ରଚିନ ରବୀନ୍ଦ୍ରଙ୍କ ଭଳି ଖେଳାଳିଙ୍କୁ ରିଟେନ୍ କରିନି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)