ଭୁବନେଶ୍ୱର: ଚେନ୍ନାଇରେ ଶେଷ ହୋଇଥିବା ଚେନ୍ନାଇ ଓପନ୍ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ପ୍ରତିଯୋଗିତାରେ ଓଡ଼ିଶାର ନୂଆ ଅର୍ନ୍ତଜାତୀୟ ମାଷ୍ଟର୍ ସିଦ୍ଧାନ୍ତ ମହାପାତ୍ର ଉଲ୍ଲେଖନୀୟ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନ ପାଇଛନ୍ତି। ଚେନ୍ନାଇର ହୋଟେଲ୍ ବିଜୟା ପାର୍କରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୬ ଜଣ ଗ୍ରାଣ୍ଡମାଷ୍ଟର ଏବଂ ୧୯ ଜଣ ଅନ୍ତର୍ଜାତୀୟ ମାଷ୍ଟର ଭାଗ ନେଇଥିଲେ। ୫ ଜଣ ଖେଳାଳି ସମାନ ୮ ପଏଣ୍ଟ୍ ପାଇଥିବାବେଳେ ଆର୍ ଆର୍ ଲକ୍ଷ୍ମଣ ବିଜେତା ହୋଇଥିଲେ। ୧୦ ରାଉଣ୍ଡ୍ରୁ ସିଦ୍ଧାନ୍ତଙ୍କ ସହିତ ୭ ଜଣ ସମାନ ୭.୫ ପଏଣ୍ଟ୍ ପାଇଥିଲେ। ଏହି ଅବସରରେ ସେ ୨ ଜଣ ଗ୍ରାଣ୍ଡମାଷ୍ଟର ଆମେରିକାର ତିମୁର ଗାୟେରେଭ୍ ଏବଂ ଭିଏତନାମର ମିନ୍ ତ୍ରାନ୍ ତୁଆନଙ୍କୁ ହରାଇଥିଲେ। ନେଦରଲାଣ୍ଡ୍ ଗ୍ରାଣ୍ଡମାଷ୍ଟର୍ ରୋଲାଣ୍ଡ୍ ତ୍ରିଜୁର୍ ଏବଂ ୟୁକ୍ରେନ୍ ଜିଏମ୍ ଆଦାମ ତୁଖାଇଭ୍ଙ୍କ ସହ ପଏଣ୍ଟ ଭାଗ କରିବା ସିଦ୍ଧାନ୍ତଙ୍କ ପାଇଁ ଉଲ୍ଲେଖନୀୟ ଥିଲା।
ଚେନ୍ନାଇ ଓପନ୍ରେ ସିଦ୍ଧାନ୍ତ ଅଷ୍ଟମ
/sambad/media/post_attachments/wp-content/uploads/2018/01/11-Sidhant_04.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)