ଦିଲ୍ଲୀ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୨ୟ ମ୍ୟାଚର ଚେନ୍ନାଇ ଦିଲ୍ଲୀ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ଦିଲ୍ଲୀ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦଳ ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ବିପଦର ସମ୍ମୁଖୀନ ହୋଇଥିଲା । ତେବେ ଅଭିଜ୍ଞ ସୁରେଶ ରାଇନା ଓ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ରାଇନା ୩୬ ବଲ ଖେଳି ୪ ଛକା, ୩ ଚୌକା ସହ ସର୍ବାଧିକ ୫୪ ରନ କରିଥିଲେ । ମୋଇନ ମଧ୍ୟ ୨ ଛକା ଓ ୪ ଚୌକା ସହ ୩୬ ରନ କରିଥିଲେ । ଅମ୍ବାତି ରାୟଡୁ ଓ ରବିନ୍ଦ୍ର ଜାଦେଜା ଯଥାକ୍ରମେ ୨୩ ଓ ୨୬ ରନ କରିଥିଲେ । କିନ୍ତୁ ଅଧିନାୟକ ମେହେନ୍ଦ୍ର ସିଂ ଧୋନି ଖାତା ଖୋଲିପାରିନଥିଲେ । ତେବେ ସାମ କରନ ମାତ୍ର ୧୫ଟି ବଲରୁ ଦ୍ରୁତ ୩୪ ରନ କରିଥିଲେ । ଫଳରେ ଚେନ୍ନାଇ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୮ ରନ କରିଥିଲା ।

 

ସମ୍ବନ୍ଧିତ ଖବର