ଦିଲ୍ଲୀ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୩୪ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ପ୍ରଥମରୁ ହିଁ ସାମ କୁରାନଙ୍କ ଓ୍ଵିକେଟ ହରାଇ ବିପଦରେ ପଡ଼ିଥିଲା । କିନ୍ତୁ ଫାଫ୍‌ ଡୁ ପ୍ଲେସିସ୍‌ ଓ ସେନ ଓ୍ଵାଟସନ ଲଢୁଆ ବ୍ୟାଟିଂ କରି ଦଳକୁ ଉଦ୍ଧାର କରିଥିଲେ ।ଡୁ ପ୍ଲେସିସ ୫୮ ଓ ଓ୍ଵାଟସନ ୩୬ ରନ କରିଥିଲେ । ଅମ୍ବାତି ରାୟଡୁ ୪୫ ରନ ଓ ରବୀନ୍ଦ୍ର ଜାଦେଜା ୩୩ ରନ କରିଥିଲେ । ଏସବୁ ବ୍ୟାଟ୍ସମ୍ୟାନଙ୍କ ଯୋଗଦାନ ଫଳରେ ଦଳ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୭୯ ରନ କରିଥିଲା ।

ଚଳିତ ଆଇପିଏଲରେ ଦିଲ୍ଲୀର ପ୍ରଦର୍ଶନ ଉତ୍ତମ ରହିଛି । ଦିଲ୍ଲୀ ୮ଟି ମ୍ୟାଚ ଖେଳି ୬ ବିଜୟ ୨ ପରାଜୟ ସହ ୧୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ଚେନ୍ନାଇ ୮ଟି ମ୍ୟାଚ ଖେଳି ୩ ବିଜୟ, ୫ ପରାଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର