ଆଇପିଏଲ : ଲକ୍ଷ୍ନୌ ଆଗରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ମୁମ୍ବାଇ :  ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୭ମ ମ୍ୟାଚରେ ଲକ୍ଷ୍ନୌ ଆଗରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ।

ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୨୧୦ ରନ କରିଥିଲା ।  ଚେନ୍ନାଇ ପକ୍ଷରୁ ଓପନର ରବିନ ଉଥାପ୍ପା ୫୦ ରନ କରିଥିବାବେଳେ ଶିଭମ ଦୁବେ ୪୯ ରନ, ମୋଇନ ଅଲି ୩୫ ରନ କରିଥିଲେ । ସେହିପରି ଅମ୍ବାତି ରାଇଡୁ ୨୭ ରନ କରିଥିଲେ । ଅଧିନାୟକ ରବୀନ୍ଦ୍ର ଜାଦେଜା ୧୭ ଓ ଧୋନୀ ଅପରାଜିତ ୧୬ ରନ କରିଥିଲେ । ଲକ୍ଷ୍ମୌ ପକ୍ଷରୁ ଅଭେସ ଖାଁ, ଆଣ୍ଡ୍ର୍ୟୁ ଟାଏ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚେନ୍ନାଇ ସୁପରକିଙ୍ଗସ ନିଜର ପ୍ରଥମ ମ୍ୟାଚରେ କୋଲକାତା ଠାରୁ ପରାଜିତ ହୋଇଥିଲା । ଫଳରେ ଏହି ମ୍ୟାଚ ଜିତି ପୁଣି ବିଜୟପଥକୁ ଫେରିବାକୁ ଚେନ୍ନାଇ ଉଦ୍ୟମ କରିବ । ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବାବେଳେ ଦିଲ୍ଲୀ ୨ୟ ସ୍ଥାନରେ ଓ ପଂଜାବ ୩ୟ ସ୍ଥାନରେ ରହିଛନ୍ତି ।

ସମ୍ବନ୍ଧିତ ଖବର