ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୨ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚେନ୍ନାଇ ସୁପରକିଙ୍ଗସ (ସିଏସକେ)କୁ ୨ ରନରେ ପରାସ୍ତ କରିଛି ।
ଆରସିବି ବିଜୟୀ ହେବାପରେ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ କିଛିଲୋକ ସିଏସକେର ଜଣେ ପ୍ରଶଂସକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଜଣେ ଚେନ୍ନାଇ ସୁପରକିଙ୍ଗସର ପ୍ରଶଂସକ ଶରୀରକୁ ହଳଦିଆ ରଙ୍ଗରେ ରଙ୍ଗୀନ କରି ଏମଏସ ଧୋନିଙ୍କ ଜର୍ସି ନମ୍ବର ଶରୀରରେ ଲେଖି ଷ୍ଡାଡିୟମରେ ପହଞ୍ଚିଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପରକିଙ୍ଗସକୁ ପରାସ୍ତ କରିବାର କିଛି ସମୟ ପରେ ସିଏସକେର ଏହି ପ୍ରଶଂସଙ୍କ ଉପରେ କିଛି ଲୋକ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ।
ପ୍ରଥମେ ଉକ୍ତ ପ୍ରଶଂସ ଜଣକ ମୁଣ୍ଡରେ ଖଞ୍ଜି ଥିବା ନକଲି କେଶକୁ ଲୋକେ ବାହାର କରି ଫିଙ୍ଗି ଦେଇଥିଲେ। ଏହାପରେ ତାଙ୍କୁ ଚାପୁଡ଼ା ମାରି ଧକ୍କା ଦେଇ ଗୋଡ଼ାଇ ଗୋଡ଼ାଇ ତଡ଼ି ଦେଉଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି।
ଏହି ସମୟରେ କିଛି ସିଏସକେର ପ୍ରଶଂସକ ପୀଡ଼ିତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରୁଥିବା ବି ଭିଡିଓରେ ନଜର ଆସୁଛି।
ଭାଇରାଲ ହୋଇଥିବା ଭିଡିଓରେ ଲୋକଙ୍କ ଗାଳିଗୁଲଜ ଥିବାକୁ ତାହାକୁ ଉକ୍ତ ରିପୋର୍ଟ ସହିତ ସଂଯୋଗ କରାଯାଇ ପାରୁନାହିଁ।