ଦୁବାଇ: କୋଭିଡ୍ ସଂକ୍ରମଣ ପାଇଁ ଅଧାରୁ ଅଟକିଯାଇଥିବା ଆଇପିଏଲ୍ ଚତୁର୍ଦ୍ଦଶ ସଂସ୍କରଣର ଦ୍ବିତୀୟ ଚରଣ ଆଜି ପୁନଃଆରମ୍ଭ ହେଉଛି। ଦୁବାଇରେ ରାତି ୭.୩୦ ମିନିଟ୍ରେ ଆଇପିଏଲ୍ ଇତିହାସର ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ମୁକାବିଲାରୁ ଏହି ଲୋକପ୍ରିୟ ତଥା ଲୋଭନୀୟ ଲିଗ୍ ପ୍ରତ୍ୟାବର୍ତନ କରୁଛି। ଏଥି ପାଇଁ ଟସ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବ। ଦୀର୍ଘ ୪ ମାସ ପରେ ଲିଗ୍ ଆରମ୍ଭ ହେଉଥିବାରୁ ପ୍ରଥମରୁ ଲୟରେ ରହିବାକୁ ଉଭୟ ଦଳ ଆଶା ରଖିଛନ୍ତି।
ଆଇପିଏଲ୍-୧୪: ଟସ୍ ଜିଣି ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ
/sambad/media/post_attachments/wp-content/uploads/2021/09/CSK.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)