ଆଇପିଏଲ୍‌-୧୩ : ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୯ ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍ ।‌ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ବତ୍ତି ଚେନ୍ନାଇ ୧୬୭ ରନ୍ କରିଥିଲା। ଏହାପରେ ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୬୮ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।  ହାଇଦ୍ରାବାଦ ପକ୍ଷରୁ ପ୍ରଥମରୁ ଧିମା ବ୍ୟାଟିଂ ଦେଖିବାକୁ ମିଳିଥିଲା ଡେଭିଡ ୱାର୍ଣ୍ଣର ୯ ରନ୍‌ କରିଥିବା ବେଳେ ଜନି ବେୟାରଷ୍ଟୋ ୧୬ ଆଉଟ ହୋଇଥିଲେ । ଅନ୍ୟପଟେ କେନ୍ ୱିଲିୟମ୍ସନ୍ ୩୯ ବଲରେ ୫୭ ରନ୍‌ କରିଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ । ଚେନ୍ନାଇ ପକ୍ଷରୁ କରଣ ଶର୍ମା ଓ ବ୍ରାଭୋ ୨-୨ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର ଓ ସାମ୍ କରନ୍ ୧-୧ ୱିକେଟ ନେଇ ଚେନ୍ନାଇକୁ ବିଜୟ ଦେଇଥିଲେ । ଫଳରେ ଚେନ୍ନାଇ ଏହି ବିଜୟ ସହ ୬ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛି ।

ପୂର୍ବରୁ ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦଳକୁ ଆରମ୍ଭରୁ ହିଁ ଝଟକା ଲାଗିଥିଲା । ଓପନର ଫାଫ୍ ଡୁ ପ୍ଲେସିସ୍ କୌଣସି ରନ ନ କରି ଆଉଟ ହୋଇଯାଇଥିଲେ । ତେବେ ସାମ କରନ୍ ଓ ସେନ ଓ୍ବାଟସନ ସତର୍କତାର ସହ ଖେଳି ଦଳକୁ ବିପଦମୁକ୍ତ କରିବା ସହ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କରନ୍ ୩୧ ରନ କରିଥିବା ବେଳେ ଓ୍ବାଟସନ ୪୨ ରନ କରିଥିଲେ । କରନ୍ ଆଉଟ ହେବା ପରେ ଆସିଥିବା ଅମ୍ବାତି ରାଇଡୁ ୪୧ ରନ କରିଥିଲେ । ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୧ ରନ ଓ ରବୀନ୍ଦ୍ର ଜାଦେଜା ୨୫ ରନ କରିଥିଲେ । ଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୬୭ରନ କରିପାରିଥିଲା ।

ସମ୍ବନ୍ଧିତ ଖବର