ଆଇପିଏଲ୍ : ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କଲା ଚେନ୍ନାଇ ସୁପରକିଙ୍ଗସ୍

ଧର୍ମଶାଳା : ଧର୍ମଶାଳାଠାରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ୍ ।

ବିଜୟ ପାଇଁ ପଞ୍ଜାବ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଥିଲା ଚେନ୍ନାଇ । କିନ୍ତୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପଞ୍ଜାବ ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୩୯ ରନ କରିପାରିଥିଲା । ଦଳ ପକ୍ଷରୁ ପ୍ରଭସିମରନ ସିଂ ୩୦ ରନ ଓ ଶଶାଙ୍କ ସିଂ ୨୭ ରନ କରିଥିଲେ । ହରପ୍ରିତ ବ୍ରାର ୧୭ ରନ ଓ ହର୍ଷଲ ପଟେଲ ୧୨ ରନ ଓ ରାହୁଲ ଚହର ୧୬ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିବାବେଳେ ତୁଷାର ଦେଶପାଣ୍ଡେ ଓ ସିମରନଜିତ ସିଂ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ଅଜିଙ୍କ୍ୟ ରାହାଣେଙ୍କ ଓ୍ବିକେଟ ହରାଇଥିଲେ ବି ଋତୁରାଜ ଗାଏକ୍ବାଡ ଓ ଡାରିଲ୍ ମିଚେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଗାଏକ୍ବାଡ ୩୨ ଓ ମିଚେଲ ୩୦ ରନ କରିଥିଲେ । ତେବେ ଶୁଭମ ଦୁବେ ଖାତା ଖୋଲିପାରିନଥିଲେ । ସେହିପରି ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଖାତା ଖୋଲିପାରିନଥିଲେ । ତେବେ ରବୀନ୍ଦ୍ର ଜାଦେଜା ୪୩ ରନ କରିଥିବାବେଳେ ମୋଇନ ଅଲି ୧୭ ରନ କରିଥିଲେ । ଶାର୍ଦ୍ଦୁଲ ଠାକୁର ୧୭ ରନ କରିଥିବାବେଳେ ମିଚେଲ ସାଣ୍ଟନର ୧୧ ରନ କରିଥିଲେ । ପଂଜାବ ପକ୍ଷରୁ ହର୍ଷଲ ପଟେଲ ଓ ଦୀପକ ଚହର ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଅର୍ଶଦୀପ ସିଂ ୨ଟି ଓ ସାମ କୁରାନ ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର