ଚେନ୍ନାଇ ଟେଷ୍ଟ : ଇଂଲଣ୍ଡ ଆଗରେ ୪୮୨ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଭାରତ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ୨ୟ ଟେଷ୍ଟରେ ଭାରତ ଇଂଲଣ୍ଡ ଆଗରେ ୪୮୨ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।  ଏହି ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଷ୍ଟମ୍ସ ଅପସାରଣ ବେଳକୁ ୩ ଓ୍ବିକେଟ ହରାଇ ୫୩ ରନ କରିଛି । ଓପନର ରୋରି ବର୍ନସ ୨୫ ରନ କରି ଆଉଟ ହୋଇଥିବାବେଳେ ଡୋମିନିକ ସିବଲି ୩ ରନ ଓ ଜାକ ଲିଚ୍ ୦ ରନରେ ଆଉଟ ହୋଇଛନ୍ତି । କ୍ରିଜରେ ଏବେ ଡାନିଏଲ ଲରେନ୍ସ ଓ ଜୋ ରୁଟ ଅଛନ୍ତି ।

image credit : bcci

ପ୍ରଥମ ଇନିଂସରେ ମୋଟ ୧୯୫ ରନରେ ଅଗ୍ରଣୀ ଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଆର. ଅଶ୍ବୀନ ୧୦୬ ରନ କରିଥିବାବେଳେ ଅଧିନାୟକ ବିରାଟ କୋହଲି ୬୨ରନ କରିଥିଲେ । ଇଂଲାଣ୍ଡ ପକ୍ଷରୁ ଜାକ୍ ଲିଚ୍ ଓ ମୋଇନ ଅଲ୍ଲୀ ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଭାରତୀୟ ଦଳ ୨୮୬ ରନ କରିବା ପରେ ଇଂଲଣ୍ଡ ଆଗରେ ୪୮୨ ରନର ଲକ୍ଷ୍ୟ ରଖିଥିଲା ।

ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୧୩୪ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ପ୍ରଥମ ଇନିଂସରେ ଭାରତ ୧୯୫ରନ ଅଗ୍ରଣୀ ଥିଲା ।

ସମ୍ବନ୍ଧିତ ଖବର