ଚେନ୍ନାଇ: ଦୁଇ ବର୍ଷର ବାସନ୍ଦ ପରେ ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ଫେରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଗୌତମ ଗମ୍ଭୀରଙ୍କ ଉପରେ ନଜର ରଖିଛି। କୋଲ୍କାତା ନାଇଟ୍ ରାଇଡର୍ସର ନେତୃତ୍ୱ ନେଇ ଦୁଇ ଥର ଟ୍ରଫି ଜିତିଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ଗମ୍ଭୀରଙ୍କୁ ଏଥର ଦଳ ନିଜ ପାଖରୁ ଛାଡ଼ି ଦେଇଛି। ଫଳରେ ଗମ୍ଭୀର ଚଳିତ ମାସ ୨୭ ଏବଂ ୨୮ ତାରିଖରେ ହେବାକୁଥିବା ନିଲାମରେ ଭାଗନେବେ। ଏହି ନିଲାମ ପ୍ରକ୍ରିୟାରେ ଗମ୍ଭୀରଙ୍କୁ କିଣିବା ଲାଗି ସିଏସ୍କେ ଆଗ୍ରହୀ ଥିବା ଜଣାପଡ଼ିଛି। କିନ୍ତୁ ଏନେଇ ସିଏସ୍କେ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଗମ୍ଭୀରଙ୍କ ନେତୃତ୍ୱରେ କୋଲ୍କାତା ୭ ସଂସ୍କରଣ ଖେଳିଥିଲା ବେଳେ ୨୦୧୨ ଏବଂ ୨୦୧୪ରେ ଟ୍ରଫି ଜିତିଥିଲା। କିନ୍ତୁ ଆସନ୍ତା ସଂସ୍କରଣରେ ସାହରୁଖ ଖାନ୍ଙ୍କ ମାଲିକାନାରେ ଥିବା ଏହି ଦଳ ତାଙ୍କୁ ଛାଡ଼ି ଦେଇଥିଲା ବେଳେ କେବଳ ଦୁଇ େଓ୍ଵଷ୍ଟ୍ଇଣ୍ଡିଜ୍ ଖେଳାଳି ସୁନିଲ ନରିନ୍ ଏବଂ ଆନ୍ଦ୍ରେ ରସେଲ୍ଙ୍କୁ ପାଖରେ ରଖିଛି। ତେବେ ସିଏସ୍କେ ନିଜ ପାଖରେ ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ରଖିଛି।
ଗମ୍ଭୀରଙ୍କ ଉପରେ ଚେନ୍ନାଇର ନଜର
/sambad/media/post_attachments/wp-content/uploads/2018/01/dc-Cover-q442sls70u9tpv8t0ljm96khi6-20180106141921.Medi_.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)