ଆବୁଧାବି : ଇଣ୍ଡିଆନ ପ୍ରମିୟର ଲିଗ ବା ଆଇପିଏଲର ୧୩ତମ ସଂସ୍କରଣର ପ୍ରଥମ ମ୍ୟାଚକୁ ଚେନ୍ନାଇ ୫ ୱିକେଟରେ ଜିତିଛି । ଅମ୍ବାତି ରାୟଡୁଙ୍କ ଦମ୍ଦାର ୭୧ରନ୍ (୪୮) ଓ ଫାଫ୍ ଡୁପ୍ଳେସିସଙ୍କ ଅପରାଜିତ ୫୮ ରନ୍ (୪୪) ବଳରେ ଚେନ୍ନାଇ ୧୬୩ ରନ୍ର ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ପୂରଣ କରିଛି ।
/sambad/media/post_attachments/wp-content/uploads/2020/09/ipl-2.jpg)
ବ୍ୟାଟିଂ ଆରମ୍ଭ କରି ଚେନ୍ନାଇ ପ୍ରଥମ ଓ୍ଵିକେଟ୍ ଭାବରେ ସେନ୍ ଓ୍ଵାଟସନ୍କୁ ହରାଇଥିଲା। ଓ୍ଵାଟସନ୍ ୫ଟି ବଲ ଖେଳି ୪ ରନ୍ କରି ପାଭଲିଅନ୍ ଫେରିଥିଲେ। ଚେନ୍ନାଇ ଦ୍ୱିତୀୟ ଓ୍ଵିକେଟ୍ ଭାବରେ ମୁରଲୀ ବିଜୟଙ୍କୁ (୧ ରନ୍) ହରାଇଥିବା ବେଳେ ଅମ୍ବାତି ରାୟଡୁ ବଡ଼ ଇନିଂସ (୭୧ ରନ୍) ଖେଳି ପାଭଲିଅନ୍ ଫେରିଥିଲେ ଶେଷରେ ଫ୍ୟାବ ଡୁପ୍ଳେସି ୫୮ ରନ୍ (୪୪) କରି ଚେନ୍ନାଇକୁ ପ୍ରଥମ ବିଜୟ ଦେଇଥିଲେ । ମୁମ୍ବାଇ ଇଣ୍ଡିଆନସ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ .ଗୋଟିଏ ୱିକେଟ, କ୍ରୁନାଲ ପାଣ୍ଡ୍ୟା ଓ ଜେଏମ୍ସ ପ୍ୟାଟିସନ୍ (୧-୧) ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ଓ ରାହୁଲ ଚହର ମଧ୍ୟ ଗୋଟିଏ ଗୋଟିଏ ୱିକେଟ ନେଇଛନ୍ତି ।
/sambad/media/post_attachments/wp-content/uploads/2020/09/WhatsApp-Image-2020-09-19-at-21.32.24.jpeg)
ପୂର୍ବରୁ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିଣି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି’କକ୍ ଓପନିଂ କରିବା ସହ ଦଳ ପାଇଁ ଏକ ଭଲ ମୂଳଦୂଆ ସ୍ଥାପନ କରିଥିଲେ । ଉଭୟେ ପ୍ରଥମ ଓ୍ଵିକେଟ ଯୋଡ଼ିରେ ୪୬ ରନ କରିଥିଲେ। ତେବେ ୫ମ ଓଭରରେ ରୋହିତ ଓ ୬ଷ୍ଠ ଓଭରରେ ଡି’କକ ଆଉଟ ହେବାପରେ ଦଳ ସଂକଟରେ ପଡ଼ିଥିଲା । ରୋହିତଙ୍କ ପରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ୧୦ ରନ କରି ଆଉଟ ହୋଇଥିଲେ । ତେବେ ସୌରଭ ତିଓ୍ଵାରୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୈର୍ଯ୍ୟର ସହ ଖେଳି ଦଳକୁ ବିପଦ ମୁକ୍ତ କରିଥିଲେ । ତିଓ୍ଵାରୀ ସର୍ବାଧିକ ୪୨ରନ କରିଥିଲେ । ତେବେ ଏହି ଯୋଡ଼ିଙ୍କ ବିଦାୟ ପରେ ଦଳର ଟେଲ ଏଣ୍ଡରମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ମୁମ୍ବାଇ ୨୦ ଓଭରରେ ୯ ଓ୍ୱିକେଟ ହରାଇ ୧୬୨ ରନ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/dd58a5da-b5b9-468a-bffd-5aaa7080e0d0.jpg)