ଆଇପିଏଲ୍ : ରାଜସ୍ଥାନକୁ ୪୫ରନରେ ହରାଇଲା ଚେନ୍ନାଇ 

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୧୨ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ରାଜସ୍ଥାନ ରୟାଲସ ୪୫ ରନରେ ପରାସ୍ତ କରିଛି । ୧୮୯ରନର ପିଛା କରିବାକୁ ଯ଼ାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ଦଳ ପକ୍ଷରୁ ଜସ ବଟଲର ସର୍ବାଧିକ ୪୯ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ମୋଇନ ଅଲ୍ଲୀ ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିବା ବେଳେ ସାମ କରନ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଜାଦେଜା ଏକାକୀ ୪ଟି କ୍ୟାଚ ନେଇ ରାଜସ୍ଥାନ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ।

ଆଜି ରାଜସ୍ଥାନ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଚେନ୍ନାଇର ଓପନର ଋତୁରାଜ ଗାଇକ୍ବାଡ୍ ମାତ୍ର ୧୦ ରନ କରି ଆଉଟ ହେବାପରେ ଫାଫ ଡୁ ପ୍ଲେସିସ ଓ ମୋଇନ ଅଲ୍ଲୀ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଡୁ ପ୍ଲେସିସ ୩୩ ଓ ମୋଇନ ୨୬ ରନ କରିଥିଲେ । ଏମାନଙ୍କ ପରେ ଆସିଥିବା ସୁରେଶ ରାଇନା ଓ ଅମ୍ବାତି ରାଇଡୁ ଯଥାକ୍ରମେ ୧୮ ଓ ୨୭ ରନ କରିଥିଲେ । ଅନ୍ୟପକ୍ଷରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୮, ସାମ କରନ ୧୩ ଓ ଡାଓ୍ବିନ ବ୍ରାଭୋ ୨୦ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଚେତନ ସାକାରିଆ ୩ଟି ଓ କ୍ରିସ ମୋରିସ ୨ଟି ଓ୍ବିକେଟ ନେଇଥିଲେ।

ସମ୍ବନ୍ଧିତ ଖବର