ଆଇପିଏଲ : ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ୩ ଓ୍ବିକେଟରେ ବିଜୟୀ, ମୁମ୍ବାଇର ୭ମ ପରାଜୟ

ମୁମ୍ବାଇ : ସ୍ଥାନୀୟ ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୨ର ୩୨ତମ ମ୍ୟାଚରେ ମୁମ୍ବାଇକୁ ୩ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ । ଚଳିତ ଆଇପିଏଲରେ ମୁମ୍ବାଇର ଏହା ୭ମ ପରାଜୟ ।
ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଚେନ୍ନାଇ ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଚେନ୍ନାଇ ୨୦ ତମ ଓଭରରେ ୭ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଅମ୍ବାତି ରାଇଡୁ ୪୦, ରବିନ ଉଥପ୍ପା ୩୦ ଓ ମହେନ୍ଦ୍ର ସିଂ ଧୋନି ୨୮ ରନ କରିଥିଲେ ।

ଏହି ମ୍ୟାଚରେ ଚେନ୍ନାଇର ଅଧିନାୟକ ରବୀନ୍ଦ୍ର ଜାଦେଜା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ଇଶାନ କିଷନ ଓ ଡେଓ୍ବାଲ୍ଡ ବ୍ରେଭିସ ଯଥାକ୍ରମେ ୦,୦ ଓ ୪ ରନ କରି ଆଉଟ ହୋଇଥିଲେ । ତେବେ ମଧ୍ୟଭାଗ ବ୍ୟାଟ୍ସମ୍ୟାନ ତିଲକ ବର୍ମା, ସୂର୍ୟ୍ୟକୁମାର ଯାଦବ ଓ ହ୍ରିତିକ ସୋକିନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ବର୍ମା ୫୧ ରନ, ଯାଦବ ୩୨ ରନ ଓ ହ୍ରିତକ ୨୪ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ୩ଟି ଓ ଡ୍ବେନ ବ୍ରାଭୋ ୨ଟି ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର