ମ୍ୟାଚ ଜିତିଲା ଚେନ୍ନାଇ କିନ୍ତୁ ହୃଦୟ ଜିତିଲେ କମିନ୍ସ

କୋଲକାତାକୁ ୧୮ରନରେ ପରାସ୍ତ କଲା ଚେନ୍ନାଇ

ମୁମ୍ବାଇ : ମ୍ୟାଚ ଜିତିଲା ଚେନ୍ନାଇ କିନ୍ତୁ ହୃଦୟ ଜିତିଲେ କମିନ୍ସ । ଚେନ୍ନାଇ ଦ୍ବାରା ଧାର୍ୟ଼୍ୟ ୨୨୧ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯ଼ାଇ ୩୧ରନରେ ୫ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା କୋଲକାତା । ଲାଗୁଥିଲା କୋଲକତା ଆତ୍ମସମର୍ପଣ କରିବ । କିନ୍ତୁ ଲଢେଇ କରିଥିଲେ ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ ଓ କମିନ୍ସ । କାର୍ତ୍ତିକ ୪୦ ରନ କରିଥିବାବେଳେ ରସେଲ ୫୪ ରନ କରିଥିଲେ । କିନ୍ତୁ ଲଢୁଆ ବ୍ୟାଟିଂ କରି ସମସ୍ତଙ୍କ ହୃଦୟ ଜିତିଥିଲେ କମିନ୍ସ । ସେ ମାତ୍ର ୩୪ ବଲରେ ୬୬ ରନ କରି ଦଳକୁ ବିଜୟର ଦ୍ବାରଦେଶରେ ପହଞ୍ଚାଇଦେଇଥିଲେ । କିନ୍ତୁ ୧୮ ରନ ପଛରେ ପଡ଼ିଯ଼ାଇଥିଲା କୋଲକାତା । ଦଳ ୨୦୨ ରନ କରି ଆଉଟ ହୋଇଯ଼ାଇଥିଲା ।

ଆଜି କୋଲକାତା ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଚେନ୍ନାଇ ପକ୍ଷରୁ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୨୦ ରନ କରିଥିଲା । ଦଳ ପକ୍ଷରୁ ଋତୁରାଜ ଗାଇକ୍ବାଡ୍ ୬୪ ରନ, ଫାଫ ଡୁ ପ୍ଲେସିସ ଅପରାଜିତ ୯୫ ରନ, ମୋଇନ ଅଲ୍ଲୀ ୨୫ ରନ ଓ ମହେନ୍ଦ୍ର ସିଂ ଧୋନୀ ୧୭ ରନ କରିଥିଲେ ।

ସମ୍ବନ୍ଧିତ ଖବର