କୋଲକାତା ପରାସ୍ତ, ୪ର୍ଥ ଥର ପାଇଁ ଆଇପିଏଲ୍ ଚାମ୍ପିୟନ ହେଲା ଚେନ୍ନାଇ

ଦୁବାଇ : ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ ଚାମ୍ପିୟନ ହୋଇଛି । ଆଜି ଖେଳାଯାଇଥିବା ଆଇପିଏଲ ଫାଇନାଲରେ ଚେନ୍ନାଇ କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ପରାସ୍ତ କରି ପୁଣି ଥରେ ଟ୍ରଫିକୁ ହାତେଇବାରେ ସଫଳ ହୋଇଛି । ଏହାକୁ ମିଶାଇ ୪ର୍ଥ ଥର ପାଇଁ ଚେନ୍ନାଇ ଆଇପିଏଲ ଚାମ୍ପିୟନ ହୋଇଛି ।

ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୯୨ ରନ କରିଥିଲା । ଚେନ୍ନାଇ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଫାଫ ଡୁପ୍ଲେସିସଙ୍କ ବିସ୍ଫୋରକ ୫୯ ବଲରେ ୮୬ ରନ । ନିଜର ଏହି ଇନିଂସରେ ସେ ୩ ଛକା ଓ ୭ ଚୌକା ମାରିଥିଲେ । ଅନ୍ୟପକ୍ଷରେ ମୋଇନ ଅଲି ୩୭, ଋତୁରାଜ ଗାଇକ୍ବାଡ୍ ୩୨ରନ ଓ ରବିନ ଉଥାପା ୩୧ରନ କରି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇ ଥିଲେ।

image credit :” ipl

୧୯୩ରନର ବିଶାଳ ସ୍କୋରର ପିଛା କରିବାକୁ ଯାଇ କୋଲକାତା ଭଲ ଆରମ୍ଭ କରିଥିଲା । ଦଳର ଦୁଇ ଓପନର ଶୁଭମନ ଗିଲ ଓ ଭେଙ୍କଟେଶ ଆୟର ଅର୍ଦ୍ଧଶତକ ମାରିବା ସହ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୧ ରନ କରିଥିଲେ । ମାତ୍ର ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନଙ୍କ ଚରମ ବିଫଳତା ଯୋଗୁଁ ଦଳ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ନିୟମିତ ଓ୍ବିକେଟ ପଡ଼ିବା ଯୋଗୁଁ ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୬୫ ରନ କରିଥିଲା ।

ସମ୍ବନ୍ଧିତ ଖବର