ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୮ମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଓ ପଂଜାବ କିଙ୍ଗସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୨୩ଟି ମ୍ୟାଚ ଖେଳାଯାଇଛି । ତେବେ ରେକର୍ଡ ଚେନ୍ନାଇ ସପକ୍ଷରେ ଅଛି । କାରଣ ଏହି୨୩ଟି ମ୍ୟାଚରୁ ଚେନ୍ନାଇ ୧୪ଟି ଓ ପଂଜାବ ୯ଟି ମ୍ୟାଚରେ ବିଜୟ ହାସଲ କରିଛି ।

ଚଳିତ ଆଇପିଏଲରେ ପଂଜାବ ଗୋଟିଏ ମ୍ୟାଚ ଜିତି ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଥିବାବେଳେ ଚେନ୍ନାଇ ସୁପରକିଙ୍ଗସ କୌଣସି ମ୍ୟାଚରେ ଜିତିପାରିନାହିଁ । ଫଳରେ ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ।

ଗତକାଲି ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନାଟକୀୟ ଭାବେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଓ୍ବିକେଟରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର