ସାରଜା : ୟୁଏଇର ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୪ର୍ଥ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଚେନ୍ନାଇର ଏହା ୨ୟ ମ୍ୟାଚ ହୋଇଥିବାବେଳେ ରାଜସ୍ଥାନର ଏହା ପ୍ରଥମ ମ୍ୟାଚ । ପ୍ରଥମ ମ୍ୟାଚରେ ଚେନ୍ନାଇ ମୁମ୍ବାଇକୁ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଥିବେଳେ ରାଜସ୍ଥାନ ଆଜି ମ୍ୟାଚକୁ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଦ୍ୟମ କରିବ ।
ଆଜିର ମ୍ୟାଚ ପାଇଁ ଚେନ୍ନାଇ ଦଳ ଗୋଟିଏ ପରିବର୍ତ୍ତନ କରିଛି । ଆହତ ଥିବା ଅମ୍ବାତି ରାୟଡୁଙ୍କ ସ୍ଥାନରେ ଋତୁରାଜଙ୍କୁ ଦଳରେ ସାମିଲ କରାଯାଇଛି ।
ଆଇପିଏଲ ଖେଳାଯାଉଥିବା ତିନୋଟି ଗ୍ରାଉଣ୍ଡ ମଧ୍ୟରୁ ଆଜି ଖେଳାଯାଉଥିବା ସାରଜା ଗ୍ରାଉଣ୍ଡ ସବୁଠାରୁ ଛୋଟ । ଏଣୁ ଆଜିର ମ୍ୟାଚରେ ଅଧିକ ଛକାଚୌକା ଦେଖିବାକୁ ମିଳିବାର ସମ୍ଭାବନା ରହିଛି । କିନ୍ତୁ ଏହି ପିଚ ସମ୍ପର୍କରେ ଧୋନୀ ଭିନ୍ନ ମତ ରଖିଛନ୍ତି । ସେ କହିଛନ୍ତି ଯେ ଏହି ପିଚରେ କାକରର ପ୍ରଭାବ ରହିବ । ଏଣୁ ଏହି ପିଚଟି ଅନ୍ୟ ଦୁଇଟି ତୁଳନାରେ ଟିକିଏ ଭିନ୍ନ ରହିବ । ଅନ୍ୟପକ୍ଷରେ ରାଜସ୍ଥାନ ଦଳରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।