ଆଇପିଏଲ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ, ବ୍ୟାଟିଂ କରିବ ହାଇଦ୍ରାବାଦ

ଶାରଜା : ୟୁଏଇର ଶାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲର ୪୪ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଚେନ୍ନାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ପଏଣ୍ଟ ଟେବୁଲକୁ ଦେଖିଲେ ଉଭୟ ଦଳର ସ୍ଥିତିରେ ଆକାଶ-ପାତାଳ ତଫାତ୍ ଦେଖାଯାଉଛି । ଚେନ୍ନାଇ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ୧ମ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ ମାତ୍ର ୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ।

ଆଜିର ମ୍ୟାଚ ଜିତିଲେ ଚେନ୍ନାଇ ପ୍ଲେ ଅଫରେ ନିଜର ସ୍ଥାନ ନିଶ୍ଚିତ କରିଦେବ । ମାତ୍ର ହାଇଦ୍ରାବାଦ ପାଇଁ ଏହି ମ୍ୟାଚ ଜିତିଲେ ବି ପ୍ଲେ ଅଫରେ ପହଞ୍ଚିବାର କୌଣସି ଆଶା ନାହିଁ । ତେବେ ସମ୍ମାନ ପାଇଁ ହାଇଦ୍ରାବାଦ ଏହି ମ୍ୟାଚକୁ ଜିତିବାକୁ ଚେଷ୍ଟା କରିବ । ନିଜର ପୂର୍ବ ମ୍ୟାଚରେ ରାଜସ୍ଥାନକୁ ୭ ଓ୍ବିକେଟରେ ପରାସ୍ତ କରିଥିବା ହାଇଦ୍ରାବାଦ ଦଳର ମନୋବଳ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର