ଆଇପିଏଲ କ୍ବାଲିଫାୟର-୧ : ଗୁଜରାଟକୁ ୧୫ ରନ୍‌ରେ ହରାଇ ଫାଇନାଲରେ ପ୍ରବେଶ କଲା ଚେନ୍ନାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ପ୍ରଥମ କ୍ବାଲିଫାୟର-୧ରେ ଗୁଜରାଟକୁ ୧୫ ରନ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ । ଦ୍ବି୍ତୀୟ ପାଳିରେ ଗୁଜରାଟ ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ସମସ୍ତ ୱିକେଟ ହରାଇ ୧୫୭ ରନ୍‌ କରି ପରାସ୍ତ ହୋଇଛି । ଗୁଜୁରାଟ ପକ୍ଷରୁ ଶୁବମନ ଗିଲ ୪୨ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟରଙ୍କ ଭଲ ବ୍ୟାଟିଂ ଦେଖିବାକୁ ମିଳିନଥିଲା । ଶେଷରେ ରସିଦ ଖାନ ୧୬ ବଲରେ ୩୦ ରନ୍‌ କରିଥିଲେ ସୁଧା ଗୁଜରାଟକୁ ଜିତାଇ ପାରିନଥିଲେ । ଅନ୍ୟପଟେ ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ଗୋଟିଏ ୱିକେଟ ନେଇଥିବା ବେଳେ ଦୀପକ ଚହର, ମହେଶ, ରବିନ୍ଦ୍ର ଜାଡେଜା, ମାଥେଶା ପାଥିରାନା ୨-୨ ଟି ୱିକେଟ ନେଇ ଚେନ୍ନାଇକୁ ବିଜୟ ଦେଇଥିଲେ । ଏହା ସହ ଚେନ୍ନାଇ ଗୁଜୁରାଟକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ।

ପ୍ରଥମ ପାଳିରେ ଗୁଜରାଟ ଟାଇଟନ୍ସ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭୨ ରନ କରିଥିଲା । ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଦେବନ୍ କନଓ୍ବେ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଗାଇକ୍ବାଡ୍ ୬୦ ରନ କରିଥିଲେ ଓ କନଓ୍ବେ ୪୦ ରନ କରିଥିଲେ । କିନ୍ତୁ ଏହି ଦୁଇ ଓପନର ଆଉଟ ହେବା ପରେ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲେ ଓ ଦଳ ଅଳ୍ପ ରନ ବ୍ୟବଧାନରେ ବେଶ କେତୋଟି ଓ୍ବିକେଟ ହରାଇଥିଲା । ଅଧିନାୟକ ମହେନ୍ଦ୍ର ସିଂ ଧୋନି ମାତ୍ର ୧ ରନ କରି ଆଉଟ ହୋଇଥିଲେ । କେବଳ ରବୀନ୍ଦ୍ର ଜାଦେଜା ୨୨ ରନ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେହିପରି ଅମ୍ବାତି ରାୟଡୁ ୧୭ରନ କରିଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମା ଓ ମହମ୍ମଦ ସମି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଆଜିର ମ୍ୟାଚରେ ବିଜୟୀ ଦଳ ସିଧାସଳଖ ଫାଇନାଲକୁ ଯିବ ।

ସମ୍ବନ୍ଧିତ ଖବର