ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୭ମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବୋଲି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ଦଳ ୨ଟି ମ୍ୟାଚ ଖେଳି ଗୋଟିକରେ ବିଜୟ ହାସଲ କରିଥିବାବେଳେ ଗୋଟିଏ ପରାଜୟ ବରଣ କରିଛି । ଏହା ଫଳରେ ଦଳ ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ଅଛି । ସେହିପରି ଦିଲ୍ଲୀ ଦଳ ଗୋଟିଏ ମ୍ୟାଚ ଖେଳି ସେଥିରେ ବିଜୟ ହାସଲ କରିଛି । ଏହି ୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି ।
ଆଇପିଏଲ ୨୦୨୦ : ଟସ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି
/sambad/media/post_attachments/wp-content/uploads/2020/09/chennai-25_Thumb-1.jpg)