ହାଇଦ୍ରାବାଦ ଆଗରେ ୧୩୩ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ହାଇଦ୍ରାବାଦ: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୧୯ର ୩୩ ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୩୨ ରନ ସଂଗ୍ରହ କରିଛିି । ଏହା ଫଳରେ ହାଇଦ୍ରାବାଦ ଆଗରେ ୧୩୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ।
ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଦଳର ଦୁଇ ଓପନର ଦଳକୁ ଏକ ଦୃଢ ଭିତ୍ତି ପ୍ରଦାନ କରିଥିଲେ । ପ୍ରଥମ ଓ୍ଵିକେଟରେ ଦଳ ୭୯ ରନ ସଂଗ୍ରହ କରିଥିଲା । ଓପନର ସେନ ଓ୍ଵାଟସନ ୩୧ରନ ଓ ଫାପ ଡୁପ୍ଲେସିସ ୪୫ ରନ ସଂଗ୍ରହ କରିଥିଲେ । କିନ୍ତୁ ଓପନିଂ ଯୋଡ଼ି ଭାଙ୍ଗିବା ପରେ ଦଳର ନିୟମିତ ବ୍ୟବଧାନରେ ଓ୍ଵିକେଟ ହରାଇଥିଲା । ହାଇଦ୍ରାବାଦ ତରଫରୁ ରଶିଦ ଖାଁ ୨ଟି ଓ୍ଵିକେଟ ନେଇଥିବାବେଳେ ଖଲିଲ ଅହମଦ, ସାହବାଜ ନଦିମ ଓ ବିଜୟ ଶଙ୍କର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର