ଚେନ୍ନାଇ: ୪୮ତମ ଚେସ୍ ଅଲିମ୍ପିଆଡ୍ ଗୁରୁବାରଠୁ ଚେନ୍ନାଇରେ ଆରମ୍ଭ ହେବ। ପ୍ରଥମ ଥର ଲାଗି ଭାରତରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଦୁଇ ପ୍ରମୁଖ ଦେଶ ଚୀନ୍ ଓ ରୁଷିଆ ଭାଗ ନେଉନଥିବା ବେଳେ ଭାରତୀୟ ଖେଳାଳି ଓପନ୍ ଓ ମହିଳା ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ପ୍ରତିଯୋଗିତାରେ ୫ ଥରର ବିଶ୍ବ ବିଜେତା କିଂବଦନ୍ତି ବିଶ୍ବନାଥନ ଆନନ୍ଦ ଖେଳିବେନି ହେଲେ ଭାରତୀୟ ଦଳର ମାର୍ଗଦଶକ ରହି ଖେଳାଳିମାନଙ୍କ ମନୋବଳ ବଢ଼ାଇବେ। ଓପନ୍ ବର୍ଗରେ ୧୮୮ ଦଳ ଏବଂ ମହିଳା ବର୍ଗରେ ୧୬୨ ଖେଳାଳି ପ୍ରତିଦ୍ବନ୍ଦ୍ବିତା କରିବେ। ୨୦୧୪ ସଂସ୍କରଣରେ ଭାରତ ଓପନ୍ ବର୍ଗରେ କାଂସ୍ୟ ଜିତିଥିଲା। ୨୦୨୦ ଅନ୍ଲାଇନ୍ ଅଲିମ୍ପିଆଡ୍ରେ ରୁଷିଆ ସହ ମିଶି ସ୍ବର୍ଣ୍ଣ ଏବଂ ୨୦୨୧ରେ କାଂସ୍ୟ ଜିତିଥିଲା। ଏଥର ଦଳ ସ୍ବର୍ଣ୍ଣ ଉପରେ ଆଖି ରଖିଛି। ଓଡ଼ିଶାର ପଦ୍ମିନୀ ରାଉତ ଏହି ପ୍ରତିଯୋଗିତାରେ ଖେଳିବେ।
ଭାରତୀୟ ଓପନ୍ ଦଳ: ବିଦିତ ଏସ୍ ଗୁଜରାଟୀ, ପି ହରିକ୍ରିଷ୍ଣା, ଅର୍ଜୁନ ଇରିଗାଇସି, ଏସ୍ଏଲ୍ ନାରାୟଣନ୍, କେ. ଶଶିକିରଣ (ଏ), ନିହାଲ ସରିନ, ଡି. ଗୁକେଶ, ଆର୍ ପ୍ରଜ୍ଞାନନ୍ଦ, ବି ଅଧିବନ, ରୌନକ ସଧୱାନୀ (ବି), ସୂର୍ଯ୍ୟ ଶେଖର ଗାଙ୍ଗୁଲି, ଏସ୍ପି ସେଥୁରମଣ, ଅଭିଜିତ ଗୁପ୍ତା, ମୁରଲୀ କାର୍ତ୍ତିକେୟନ, ଅଭିମନ୍ୟୁ ପୁରନିକ (ସି)।
ମହିଳା ଦଳ: କୋନେରୁ ହମ୍ପି, ଡି ହାରିକା, ଆର୍ ବୈଶାଳୀ, ତାନିଆ ସଚଦେବ, ଭକ୍ତି କୁଲକର୍ଣ୍ଣି (ଏ), ବନ୍ତିକା ଅଗ୍ରୱାଲ, ସୌମ୍ୟା ସ୍ବାମୀନାଥନ, ମେରିଆନ ଗୋମ୍ସ, ପଦ୍ମିନୀ ରାଉତ, ଦିବ୍ୟା ଦେଶମୁଖ (ବି), ଈଶା କାର୍ଭଦେ, ସହିଥି ବର୍ଷିନୀ, ପ୍ରତ୍ୟୁଷା ବୋଡ୍ଡା, ପିଭି ନନ୍ଧିଧା, ବିଶ୍ବା ଭସ୍ନାୱାଲା (ସି)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/654h654sfh654fs65fhfhhfhffh.jpg)