ବାତୁମି (ଜର୍ଜିଆ): ଚଳିତ ୪୩ତମ ଚେସ୍ ଅଲିମ୍ପିଆଡ୍ରେ ମଙ୍ଗଳବାର ଅଷ୍ଟମ ରାଉଣ୍ଡ୍ରେ ଭାରତୀୟ ପୁରୁଷ ଦଳ ବିଜୟୀ ହୋଇଥିବାବେଳେ ମହିଳା ଦଳ ହାରିଯାଇଛନ୍ତି। ବିଶ୍ବନାଥନ ଆନନ୍ଦଙ୍କ ଦଳ ୨.୫-୧.୫ରେ ଚେକ୍ ଗଣରାଜ୍ୟକୁ ପରାସ୍ତ କରିଥିବାବେଳେ ମହିଳା ଦଳ ୧୦୩ରେ ହଙ୍ଗେରିଠାରୁ ହାରି ଶକ୍ତ ଝଟ୍କା ପାଇଛି। ପି ହରିକୃଷ୍ଣଙ୍କୁ ବିଶ୍ରାମ ଦେଇଥିବା ଭାରତୀୟ ଦଳ ମଧ୍ୟରୁ ଶଶୀକିରଣ ଜିତିଥିବାବେଳେ ବିଶ୍ବନାଥନ୍ ଆନନ୍ଦ, ବିଦିତ୍ ଗୁଜରାଟୀ, ବି ଅଧିବନ ନିଜ ନିଜ ଗେମ୍ ଅମୀମାଂସିତ ରଖିଥିଲେ। ମହିଳାଙ୍କ ମଧ୍ୟରେ ଭଲ ଖେଳୁଥିବା କୋନେରୁ ହମ୍ପି, ତାନିଆ ସଚଦେବା ହାରିଯିବା ଭାରତକୁ ଅଡୁଆରେ ପକାଇଥିଲା। ଦ୍ରୋନୋଭାଲି ହାରିକା ଓ ଈଶା କାରାଭାଡେ କେବଳ ଅମୀମାଂସିତ ରଖିଥିଲେ।
ଚେସ୍ ଅଲିମ୍ପିଆଡ୍: ଭାରତୀୟ ପୁରୁଷ ଜିତିଲେ, ମହିଳା ହାରିଲେ
/sambad/media/post_attachments/wp-content/uploads/2018/10/1-Indian-U-18-Mens-Hockey-Teams-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)