ବିଶ୍ୱକପ୍‌ରେ ଏହି ଭାରତୀୟ ଚେସ୍‌ ଖେଳାଳିଙ୍କ କମାଲ, କହିଲେ- ବ୍ୟାଟସ୍‌ମ୍ୟାନଙ୍କ ରଣନୀତି ପୂର୍ବରୁ ବୁଝିଯାଏ

ସାଉଥମ୍ପଟନ୍‌: ଭାରତୀୟ ଟିମ୍‌ର ଏହି ଖେଳାଳି ପିଲାଟି ଦିନରୁ ଚେସ୍‌ ଖେଳୁଥିଲେ। ଚେସ୍‌ ଖେଳାଳି ହୋଇ ବି ବିରୋଧୀ ଟିମ୍‌ର ବ୍ୟାଟସ୍‌ମ୍ୟାନଙ୍କ ରଣନୀତି ପୂର୍ବରୁ ହିଁ ଜାଣିପାରିଥାନ୍ତି। ଏହି ଖେଳାଳି ହେଉଛନ୍ତି, ସ୍ପିନର ୟୁଜବେନ୍ଦ୍ର ଚହଲ, ଯିଏକି ବିଶ୍ୱକପରେ କମାଲ କରିଛନ୍ତି। ଚହଲ ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୧୦ ଓଭର ବୋଲିଂ କରି ୫୧ ରନ ଦେଇଥିଲେ ଏବଂ ୪ଟି ଓ୍ଵିକେଟ୍‌ ନେଇଥିଲେ।

ଚହଲ କହିଛନ୍ତି, ଧୈର୍ଯ୍ୟବାନ ଓ ରଣନୀତି କରିବା ଚେସ୍‌ ଖେଳି ଶିଖିଛି ବୋଲି ଚହଲ କହିଛନ୍ତି। ଆପଣ ଯେତେବେଳେ ଚେସ ଖେଳୁଛନ୍ତି, ୧୫ରୁ ୧୬ ଷ୍ଟେପ ପାଇଁ ଭାବିବାକୁ ପଡ଼ିଥାଏ। ସେହିଭଳି ଆପଣ ଡୁ-ପ୍ଲେସିସ ଭଳି ବ୍ୟାଟସ୍‌ମ୍ୟାନଙ୍କୁ ବୋଲିଂ କରିବା ପୂର୍ବରୁ ଯୋଜନା କରିବାକୁ ପଡ଼ିବ। ବ୍ୟାଟସ୍‌ମ୍ୟାନକୁ ବୁଝିବାକୁ ପଡ଼ିବ ଯେ, ସେ କେଉଁ ବଲ ଖେଳିପାରୁଛନ୍ତି ଓ କିପରି ବଲ ଖେଳିପାରୁ ନାହାନ୍ତି।

ଏହି ଲେଗ୍‌ ସ୍ପିନର ଫାଫ ଡୁପ୍ଲେସିସ୍‌ଙ୍କ ଉଦାହରଣ ଦେଇଛନ୍ତି, ଯାହାଙ୍କର ରଣନୀତି ସେ ଦକ୍ଷିଣ ଆଫ୍ରିକାର ଅଧିନାୟକଙ୍କ ପାଇଁ କରିଥିଲେ। ସେ କହିଛନ୍ତି, ମୁଁ ଯେଉଁ ହିସାବରେ ଡୁପ୍ଲେସିସଙ୍କୁ ଆଉଟ କରିଛି, ମୋତେ ବହୁତ ଖୁସି ଲାଗିଛି।

ସମ୍ବନ୍ଧିତ ଖବର