ବୀରମହରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆରେ ଛତିଶଗଡ଼ର କ୍ୟୁସିଆର କ୍ରମାଗତ ଭାବେ ସଫଳ ପ୍ରଦର୍ଶନ କରୁଛି। ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ଜାରିଥିବା ୨୮ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍‌ରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଛତିଶଗଡ଼ ଟିମ୍‌ ବୁଧବାର ଅନୁଷ୍ଠିତ ସେମି ଫାଇନା୍‌ଲ୍‌ ମ୍ୟାଚ୍‌ରେ ଭୁବନେଶ୍ବରର ସ୍ପାର୍ଟନକୁ ହରାଇ ଏହି ଉପଲବ୍ଧି ହାସଲ କରିଛି।

Advertisment

ଏହି ଖବର ପଢ଼ନ୍ତୁ: ଫେବ୍ରୁଆରି ୨୩ରେ ଭାରତ-ପାକିସ୍ତାନ

ପୂର୍ବ ଦିନ ଭଳି ମ୍ୟାଚ୍‌ଟି ଦୁଇଟି ଫର୍ମାଟ୍‌ରେ ଖେଳା ଯାଇଥିଲା। ଛତିଶଗଡ଼ ଦଳ ଟସ୍ ଜିଣି ପ୍ରଥମ ଫର୍ମାଟ୍‌ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୮୨ ରନ୍‌ କରିଥିଲା। ଦଳର ଶଶାଙ୍କ ଚନ୍ଦ୍ରାକର ୪୫ଟି ବଲ୍‌ରୁ ବିସ୍ଫୋରକ ୯୭ ରନ୍‌ କରିଥିଲେ। ସେହିପରି ବିବେକ ବୋରକର ୧୯ଟି ବଲ୍‌ ରୁ ୩୧ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ବିପକ୍ଷ ଭୁବନେଶ୍ୱରର ଦିନା ଦାସ ୨ଟି ୱିକେଟ୍‌ ନେଇଥିଲେ।

ଏହି ଖବର ପଢ଼ନ୍ତୁ: ଗୋଆରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା, ଜଣେ ମୃତ

ଜବାବରେ ଭୁବନେଶ୍ୱର ନିର୍ଦ୍ଧାରିତ ୧୫ ଓଭରରେ ୬ ୱିକେଟ୍‌ ହରାଇ ୧୬୧ ରନ୍‌ରେ ଅଟକିଥିଲା। ଦଳର ଦୁର୍ଗା ପ୍ରସାଦ ବେହେରା ୨୬ଟି ବଲ୍‌ ଖେଳି ସର୍ବାଧିକ ୬୪ ରନ୍‌ ସଂଗ୍ରହ କରିଥିଲେ। ଇଲୁ ଗୋଚ୍ଛାୟତ ୧୮ଟି ବଲ୍‌ ସାମ୍ନା କରିଥିଲେ ଏବଂ ସେ ୩୦ ରନ୍‌   ଯୋଡ଼ିଥିଲେ। ବିପକ୍ଷ ଛତିଶଗଡ଼ର ପବନ୍ତ ମହନ୍ତ ୪ଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ନେଇ ନିଜ ଟିମ୍‌କୁ ସଫଳତା ଦେବାର ଅନ୍ୟ ବଡ଼ ଭୂମିକା ତୁଲାଇ ଥିଲେ।

ଏହି ଖବର ପଢ଼ନ୍ତୁ: ଓଡ଼ିଶା ପାଇଁ ୪୫୫ କୋଟି ଟଙ୍କା ଅନୁଦାନ ଜାରି କଲା କେନ୍ଦ୍ର

ଦ୍ଵିତୀୟରେ ଟି-୧୦ ଫର୍ମାଟରେ ଛତିଶଗଡ ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ୍‌ ହରାଇ ୧୦୩ ରନ୍‌ ସଂଗ୍ରହ କରିଥିଲା। ଦଳର କ୍ରିତେଶ ସାହୁ ୨୭ ରନ୍‌ ଓ ଶଶାଙ୍କ ତିୱାରୀ ୨୪ ରନ୍‌ କରିଥିଲେ। ଭୁବନେଶ୍ୱରର ଦିନା ଦାସ  ଓ ବିଶ୍ୱ ଭୂଷଣ ବିହାରୀ ୨-୨ଟି ୱିକେଟ୍‌ ନେଇଥିଲେ। ଜବାବରେ ଭୁବନେଶ୍ୱର ୭.୨ ଓଭରରେ ଚିତ୍ତ ପାତ୍ରଙ୍କ ୧୫ ରନ୍‌ ସହାୟତାରେ  ସମସ୍ତ ଉଇକେଟ ହରାଇ ମାତ୍ର ୫୨ ରନ୍‌ରେ ଅଟକିଥିଲା। ଛତିଶଗଡର ପବନ ମହନ୍ତ ସର୍ବାଧିକ ୪ଟି ଓ ଦେବେନ୍ଦ୍ର ଭବଜାରୀ ଓ ଶଶାଙ୍କ ତିୱାରୀ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଉଭୟ ଫର୍ମାଟ୍‌ରେ ବିଜୟୀ ହୋଇ ଛତିଶଗଡ ମ୍ୟାଚ୍‌ର ବିଜେତା ହୋଇ ଫାଇନାଲରେ ପ୍ରବେଶ କରିଛି।

publive-image

ମ୍ୟାଚ୍ ମଧ୍ୟାନ୍ତରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ଅତିଥି ଭାବେ ଯୋଗଦେଇ କ୍ରିଡ଼ାବାର୍ତ୍ତା ପ୍ରଦାନ କରିବା ସହିତ ଖେଳାଳି ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ।

କ୍ରୀଡ଼ାବିତ୍‌ ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ପୂର୍ବତନ ସରପଞ୍ଚ ରାଧାକାନ୍ତ ବାଘ ଓ ପୂର୍ବତନ ସରପଞ୍ଚ ବ୍ୟୋମକେଶ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛତିଶଗଡ଼ର ଶଶାଙ୍କ ଚନ୍ଦ୍ରାକରଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍‌କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ବୀରାଜ ମିଶ୍ର ଓ ବିଶ୍ୱଜିତ ପୁରୋହିତ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ, ଚମାରୁ ମହାକୁର ଅନ୍‌ଲାଇନ୍‌ ସ୍କୋରିଙ୍ଗ ଏବଂ ପୀତାମ୍ବର ସାହୁ, ମାନସ ନନ୍ଦ ଓ ପ୍ରାଣବନ୍ଧୁ ସାହୁ ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ। ଗୁରୁବାର ଦିନ ପୁଲ-ବିର ପ୍ରଥମ ମ୍ୟାଚ୍ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ଶ ସଂଘ (ଏସ୍‌ଡିସିଏ) ସୋନପୁର ଓ କୋଲକାତାର ବିରାଟ କ୍ରିକେଟ୍‌ କ୍ଲବ୍‌ ମଧ୍ୟରେ ହେବ ବୋଲି ଆୟୋଜକ ସମ୍ପାଦକ ମାଧବ ମହାକୁର ପ୍ରକାଶ କରିଛନ୍ତି।  

ଏହି ଖବର ପଢ଼ନ୍ତୁ: ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ: ମନ୍ତ୍ରୀ