ବୀରମହାରାଜପୁର: ୨୮ତମ ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କର୍ଣ୍ଣାଟକକୁ ପରାସ୍ତ କରି ଛତିଶଗଡ଼ ବିଜୟୀ ହୋଇଛି। ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଲୁତୁରପଙ୍କରେ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲକ୍ ଆନୁକୂଲ୍ୟରେ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ର ଉଦ୍ଘାଟନୀ ମ୍ୟାଚ୍ରେ ରବିବାର କର୍ଣ୍ଣାଟକର ଗୁଲବର୍ଗା ସିଟି-୧୧କୁ ଛତିଶଗଡ଼ର କ୍ୟୁସିଆ ୱାରିଆର ୨-୧ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛି।
ମ୍ୟାଚ୍ଟି ଟି-୨୦ ଓ ଟି-୧୦ ଫର୍ମାଟ୍ରେ ଖେଳା ଯାଇଥିଲା। ଛତିଶଗଡ଼ ଦଳ ଟସ୍ ଜିଣି କର୍ଣ୍ଣାଟକକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଟି-୨୦ ମ୍ୟାଚ୍ରେ କର୍ଣ୍ଣାଟକ ପ୍ରଥମେ ବ୍ୟାଟିଂ କରି ୧୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୭୭ ରନ୍ ସଂଗ୍ରହ କରିଥିଲା। ଦଳର ମହେଶ ରେଡ୍ଡୀ ୧୬ ରନ୍, ସନ୍ମୟ ରୁଦ୍ରୱାଣି ଓ ନୀତିଶ ୱାଣିକଲ ପ୍ରତ୍ୟେକ ୧୩ ରନ୍ ଲେଖାଏଁ ସଂଗ୍ରହ କରିଥିଲେ। ବିପକ୍ଷ ଛତିଶଗଡ଼ର ହମିଦ୍ ରାଜା ଓ ପୱନ ମହନ୍ତ ୩-୩ ୱିକେଟ୍ ନେଇଥିଲେ।
/sambad/media/media_files/2024/12/22/mPc4Mcj8i8M8EdXmHL4K.jpg)
ଜୟ ଜଗନ୍ନାଥ ସ୍ପୋର୍ଟସ୍ କ୍ଲବ ଆନୁକୂଲ୍ୟରେ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ୨୮ ବର୍ଷ ହେଲା ଜାରି ରହିଛି। କ୍ରୀଡ଼ାବିତ୍, କ୍ରୀଡ଼ା ପ୍ରଶଂସକ ଓ ସ୍ଥାନୀୟ ଲୋକଙ୍କର ଭଲପାଇବା ଯୋଗୁଁ ଦିନକୁ ଦିନ ଏହି ମ୍ୟାଚ୍ର କଳେବର ବଢ଼ିବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୨୯ ତାରିଖ ଯାଏଁ ଜାରି ରହିବ। ଡିସେମ୍ବର ୨୩ (ସୋମବାର)ରେ ଛତିଶଗଡ ଓ ବିଶାଖାପାଟଣା(ଆନ୍ଧ୍ର ପ୍ରଦେଶ) ମଧ୍ୟରେ ମ୍ୟାଚ୍ ଖେଳାଯିବ।
-ସୁଶିଲ କୁମାର ପ୍ରଧାନ, ଆୟୋଜକ ସଭାପତି
ଜବାବରେ ଛତିଶଗଡ଼ ଦଳ ଆବଶ୍ୟକୀୟ ୭୮ରନ୍କୁ ୯ ଓଭରରେ ୩ ୱିକେଟ୍ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳର ବିବେକ ବୋରକର ସର୍ବାଧିକ ୪୭ ରନ୍ କରିଥିଲେ। ସେ ୩୨ଟି ବଲ୍ ଖେଳି ଦର୍ଶକଙ୍କର ମନ ଜିଣିଥିଲେ। କର୍ଣାଟକର ସନ୍ତୋଷ ହାଟ୍ଟି ଓ ଶୀତଳ କୁମାରଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
ଟି-୧୦ ଫର୍ମାଟରେ କର୍ଣ୍ଣାଟକ ଦଳ ନିର୍ଦ୍ଧାରିତ ଓଭରରେ ୯ଟି ୱିକେଟ୍ ହରାଇ ୮୮ ରନ୍ କରିଥିଲା। ଦଳର ନୀତିଶ ୱାଣିକଲ ୨୨ବଲ୍ରୁ ୪୩ ରନ୍ ସଂଗ୍ରହ କରିଥିବା ବେଳେ ବିପକ୍ଷ ଛତିଶଗଡ଼ର ଶଶାଙ୍କ ତିୱାରୀ ୪ଟି ଓ ହମିଦ୍ ରାଜା ୨ଟି ୱିକେଟ୍ ନେଇଥିଲେ। ଜବାବରେ ଛତିଶଗଡ଼ ଦଳ ଶଶାଙ୍କ ଚନ୍ଦ୍ରାକରଙ୍କ ୧୯ ବଲ୍ରୁ ୫୧ ରନ୍ ସହାୟତାରେ ୬.୫ ଓଭରରେ ୪ ୱିକେଟ୍ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା। ଉଭୟ ଫର୍ମାଟ୍ରେ ବିଜୟୀ ହୋଇ ଛତିଶଗଡ଼ ଦଳ ମ୍ୟାଚ୍କୁ ବିଜୟୀ ହୋଇ କ୍ୱାଟରଫାଇନାଲରେ ପ୍ରବେଶ କରିଛି।
/sambad/media/media_files/2024/12/22/ed489b13-6f30-4d30-ae44-24e345c2ced5.jpg)
ଯୁବ କ୍ରୀଡ଼ାବିତ୍ ପୀତାମ୍ୱର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଖୋଜ କୁମାର ପ୍ରଧାନ ଓ ଅବସରପ୍ରାପ୍ତ ଶିକ୍ଷକ ଉଜ୍ଜ୍ବଳ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥିମାନେ ଛତିଶଗଡ଼ର ଶଶାଙ୍କ ତିୱାରୀଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଜିଲା ପରିଷଦ ସଭ୍ୟ ଲବ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ଟ୍ରଫି ଉନ୍ମୋଚନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/22/1c8e098e-0dcf-4ff8-9262-0cf0e0396db1.jpg)