ଭାରତୀୟ ଫୁଟ୍ବଲ୍ ଦଳର ଅଧିନାୟକ ଷ୍ଟ୍ରାଇକର୍ ସୁନିଲ ଛେତ୍ରୀ ବୁଧବାର ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ପାକିସ୍ତାନ ବିପକ୍ଷ ସାଫ୍ ଚାମ୍ପିଅନ୍ସିପ୍ର ମ୍ୟାଚ୍ରେ ୩୮ ବର୍ଷୀୟ ଛେତ୍ରୀ ହ୍ୟାଟ୍ରିକ ଅର୍ଜନ କରି ନିଜ ଅନ୍ତର୍ଜାତୀୟ ଗୋଲ୍ ସଂଖ୍ୟାକୁ ୯୦ରେ ପହଞ୍ଚାଇଛନ୍ତି। ୧୩୮ ମ୍ୟାଚ୍ରୁ ଏହି ସଫଳତା ପାଇ ଏସିଆର ସର୍ବାଧିକ ଗୋଲ୍ ସ୍କୋରର୍ ହୋଇଛନ୍ତି। ଏପରିକି ସେ ଏସିଆର ଏକ ନମ୍ବର ଗୋଲ୍ ସ୍କୋରର୍ ଥିବା ମାଲେସିଆର ମୋଖତାର ଦହାରି (୮୯ ଗୋଲ୍, ୧୪୨ ମ୍ୟାଚ୍)ଙ୍କୁ ଟପିଛନ୍ତି। ଏଥିସହ ଛେତ୍ରୀ ଅନ୍ତର୍ଜାତୀୟ ଗୋଲ୍ ଦେବାରେ ବିଶ୍ବରେ ଚତୁର୍ଥ ସ୍ଥାନକୁ ଉଠିଛନ୍ତି। ତାଙ୍କ ଆଗରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ (୧୨୩ ଗୋଲ୍, ୨୦୦ ମ୍ୟାଚ୍), ଅଲ୍ ଦାଇ (୧୦୯ ଗୋଲ୍, ୧୪୮ ମ୍ୟାଚ୍) ଓ ଆର୍ଜେଣ୍ଟିନାର ଲିଓନେଲ ମେସି (୧୦୩ ଗୋଲ୍, ୧୭୩ ମ୍ୟାଚ୍) ରହିଛନ୍ତି।
ଛେତ୍ରୀଙ୍କ ଗୋଲ୍ କୀର୍ତ୍ତିମାନ: ଏସିଆର ଏକ ନମ୍ବର, ବିଶ୍ବରେ ଚତୁର୍ଥ
/sambad/media/post_attachments/wp-content/uploads/2023/06/4fh6fs4654fhs56fhsfhsfhs.jpg)