ବାରବାଟୀକୁ ଆସିବେ ମୁଖ୍ୟମନ୍ତ୍ରୀ, ୫ଟି ସଚିବ

କଟକ : ବାରବାଟୀ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ। କୋଳ୍‌କାତାର ଇଡେନ ଗାର୍ଡେନ ପରି ବାରବାଟୀରେ ଏକ ଘଣ୍ଟି ଲଗାଯିବ। ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ୍‌ ଆରମ୍ଭ ହେବାର ସଙ୍କେତ ଦେବେ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ମ୍ୟାଚ୍‌ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଉଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଖବର ଆସିବା ପରେ ଉଚ୍ଚସ୍ତରୀୟ ଅଧିକାରୀମାନେ ଶୁକ୍ରବାର ବାରବାଟୀକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭିକେ ପାଣ୍ତିଆନ୍‌ ମଧ୍ୟ ବାରବାଟୀରେ ଉପସ୍ଥିତ ରହିବେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କିଛି ତ୍ରୁଟି ନରୁହେ ସେଥିପ୍ରତି ଓଡ଼ିଶା ପୁଲିସ୍‌ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଉଥିବା ଜଣାପଡ଼ିଛି। ଆର‌୍‌ଡିସି ସୁରେଶ କୁମାର ଦଳାଇ, ପୁଲିସ ଡିଜି ସୁନୀଲ ବ˚ଶଲ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି, ଡିସିପି ପିନାକ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମ୍‌ସି କମିସନର ଅନନ୍ୟା ଦାସ, ଓସିଏ ସମ୍ପାଦକ ସ˚ଜୟ ବେହେରା ପ୍ରମୁଖ ଷ୍ଟାଡିୟମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର