ସ୍କେଟିଂ ଏକା‌ଡେମି କ୍ରୀଡ଼ାବିତ୍‌ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଧନା

ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ଗିନିଜ ବୁକ୍‌ ଅଫ୍‌ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇଥିବା ବ୍ରହ୍ମପୁର ସ୍କେଟିଂ ଏକାଡେମିର ୧୯ ଜଣ ‌କ୍ରୀଡ଼ାବିତ୍‌ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଧିତ କରିଛନ୍ତି। ଖେଳାଳିମାନଙ୍କୁ ଉଚ୍ଚପ୍ରଶଂସା କରିବ‌ା ସହ ରୂପା ତାରକସୀର ଏକ ଉପହାର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ୨୦୧୮ ନଭେମ୍ବର ୧୦ ତାରିଖରେ କର୍ଣ୍ଣାଟକରେ ଅନୁଷ୍ଠିତ ରୋଲର ସ୍କେଟିଂରେ ଶିବଗଙ୍ଗା ରୋଲର ସ୍କେଟିଂ କ୍ଲବ୍‌ ପକ୍ଷରୁ ଏକ ସମୟରେ ୫୪୫ ଜଣ କ୍ରୀଡ଼ାବିତ୍‌ ନିରବଚ୍ଛିନ୍ନ ଭାବେ ୪୮ ଘଣ୍ଟା ସ୍କେଟିଂ କରି ବିଶ୍ବ କୀର୍ତ୍ତିମାନ କରିଥିଲେ। ଏହି ଇଭେଣ୍ଟ୍‌ରେ ବ୍ରହ୍ମପୁର ସ୍ପୋର୍ଟିଂ ଏକାଡେମିର ୧୯ ଜଣ ଖେଳାଳି ଭାଗନେଇଥିଲେ। ସମ୍ବର୍ଧନା ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍‌ ବାଲକ୍ରି‌ଷ୍ଣନ୍‌ ଓ କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରିଷ୍ଣନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର