ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରା ଆଥଲେଟ୍ ପାୟଲ ନାଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ନିଜର କଠିନ ପରିଶ୍ରମ ବଳରେ ଷଷ୍ଠ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜେତା ଓଡ଼ିଶାର ଗର୍ବ।
ମୁଁ ପାରା ଆଥଲେଟ୍ ପାୟଲ ନାଗଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଶାରୀରିକ ଦିବ୍ୟାଙ୍ଗତା ସତ୍ତ୍ୱେ ନିଜର ଲକ୍ଷ୍ୟ ପୂରଣ ପାଇଁ ତାଙ୍କର ନିଷ୍ଠା, ଏକାଗ୍ରତା ଏବଂ ପ୍ରୟାସ ଆଜି ତାଙ୍କୁ ସଫଳତା ଆଣିଦେଇଛି।
ଅଧିକ ପଢ଼ନ୍ତୁ: ହଂସିତା-ଅନୀଲ ମାମଲା: କେସ୍ ଡାଏରି ଦାଖଲ ହୋଇପାରିଲାନି
ନିଜର କଠିନ ପରିଶ୍ରମ ବଳରେ ଷଷ୍ଠ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜେତା ଓଡ଼ିଶାର ଗର୍ବ ପାରା ଆଥଲେଟ୍ ପାୟଲ ନାଗଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି। ଶାରୀରିକ ଅକ୍ଷମତା ସତ୍ତ୍ୱେ ନିଜର ଲକ୍ଷ୍ୟ ପୂରଣ ପାଇଁ ତାଙ୍କର ନିଷ୍ଠା, ଏକାଗ୍ରତା ଏବଂ ପ୍ରୟାସ ଆଜି ତାଙ୍କୁ ସଫଳତା ଆଣିଦେଇଛି। ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ… pic.twitter.com/8hle8rYbBr
— Mohan Charan Majhi (@MohanMOdisha) January 13, 2025
ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି।
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଲା ଚୁକ୍ତିନାମା