ଭୁବନେଶ୍ବର: ଓଡ଼ିଶା ଏଫ୍ସି ମଙ୍ଗଳବାର ସୁପର କପ୍ ଟ୍ରଫି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୨୨-୨୩ ଋତୁରେ ଓଡ଼ିଶା ଏଫ୍ସିର ଚମତ୍କାର ପ୍ରଦର୍ଶନ ଲାଗି ଦଳକୁ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶା ଏଫ୍ସି ସଭାପତି ରାଜ ଅଠୱାଲ, ମୁଖ୍ୟ ପ୍ରଶିକ୍ଷକ କ୍ଲିଫର୍ଡ ମିରାଣ୍ଡା, ଖେଳାଳି ଅମ୍ରିନ୍ଦର ସିଂହ, ଶୁଭମ ଷଡ଼ଙ୍ଗୀ, କ୍ଲବ୍ର ମହାପ୍ରବନ୍ଧକ ଅଭିଷେକ ଚାଟାର୍ଜୀ, ସାଇକିଆଟ୍ରିଷ୍ଟ ଅମ୍ରିତ ପାଟଯୋଶୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ‘‘ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଓଡ଼ିଶା ଏଫ୍ସି ସହ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି।
ପ୍ରଶିକ୍ଷକ ଓ ଖେଳାଳି ଆମକୁ ଗୌରବାନ୍ବିତ କରିଛନ୍ତି। ମୋର ଆଶା ଓଡ଼ିଶା ଏଫ୍ସି ଏହାର ବିଜୟ ଧାରା ଜାରି ରଖୁ ଏବଂ ଓଡ଼ିଶାରେ ନୂଆ ପିଢ଼ିର ଫୁଟ୍ବଲର୍ଙ୍କ ପ୍ରେରଣା ହେଉ’’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭାରତରେ ଶ୍ରେଷ୍ଠ ଫୁଟ୍ବଲ୍ର ସୁବିଧା ଏବଂ ଦଳକୁ ବର୍ଷ ବର୍ଷ ଧରି ସହଯୋଗ କରୁଥିବାରୁ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ଅଠୱାଲ।