ରାଜ୍ୟ ଶିଶୁ ଚେସ୍‌ ଆରମ୍ଭ

ଭୁବନେଶ୍ବର: କଟକ ବାଦାମବାଡ଼ିସ୍ଥିତ ହୋଟେଲ୍‌ ମୋନାଲିସାଠାରେ ରାଜ୍ୟ ଶିଶୁ (୭ ବର୍ଷରୁ କମ) ଚେସ୍ ପ୍ରତିଯୋଗିତା ଶୁକ୍ରବାର ଆରମ୍ଭ ହୋଇଛି। ୭ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାର ବାଳିକା ବର୍ଗରେ ୨୪ ଏବଂ ଓପନ୍‌ ବର୍ଗରେ ୪୭ ଜଣ ଭାଗ ନେଇଛନ୍ତି। ମାଷ୍ଟର ଚେସ୍‌ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ)ର ସମ୍ପାଦକ ଦେବବ୍ରତ ଭଟ୍ଟ, ଖୋର୍ଧା ଜିଲ୍ଲା ଚେସ୍‌ ସଂଘର ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଫିଡେ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର, ଫିଡେ ଆର୍ବିଟର୍ ଜ୍ୟୋତି ଶଙ୍କର ନନ୍ଦ ପ୍ରମୁଖ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏସୀୟ ଯୁବ ରୢାପିଡ୍‌ ୧୦ ବର୍ଷରୁ କମ୍‌ କାଂସ୍ୟ ପଦକ ବିଜୟିନୀ ଆରୁଷୀ ଶ୍ରୀଚନ୍ଦନ, ଜାତୀୟ ବିଦ୍ୟାଳୟ ସ୍ବର୍ଣ୍ଣ ବିଜୟିନୀ ୟାଶିତା ରାଉତ, ଐଶ୍ବର୍ଯ୍ୟା ସାହୁ ଏବଂ ରୌପ୍ୟ ବିଜେତା ଶୁଭମ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର