ଭୁବନେଶ୍ବର: ଓଡ଼ିଶା ୟୁଥ୍ ଆନୁକୂଲ୍ୟରେ ବାଙ୍ଗାଲୋରରେ ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍ କ୍ରିକେଟ୍ ରବିବାର ଶେଷ ହୋଇଛି। ଫାଇନାଲ୍ରେ ବ୍ରହ୍ମପୁର ଟାଇଗର୍ସକୁ ୫ ୱିକେଟ୍ରେ ପରାସ୍ତ କରି ଟିଓକ୍ ଚିଲିକା ଏକାଦଶ ନୂଆ ବିଜେତା ହୋଇଛି। ଏହା ପୂର୍ବରୁ କଟକ ବାରବାଟୀ ସୁପର କିଙ୍ଗ୍ସ ବିଜେତା ଥିଲା। ଫାଇନାଲ୍ରେ ବ୍ରହ୍ମପୁର ଦଳ ୧୫ ଓଭରରେ ୯ ୱିକେଟ୍ ହରାଇ କରିଥିଲା ୧୪୪ ରନ୍। ଜବାବରେ ଚିଲିକା ଦଳ ୧୪.୨ ଓଭରରେ ୫ ୱିକେଟ୍ ବିନିମୟରେ ୧୪୭ ରନ୍ କରିନେଇଥିଲା। ୪୫ ବଲ୍ରୁ ୮୧ ରନ୍ କରିଥିବା ବିଜେତା ଦଳର ଅଙ୍କିତ ଦାବସ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ମୋଟ ୨୬୫ ରନ୍ ଓ ୭ ୱିକେଟ୍ ଅକ୍ତିଆର କରିଥିବା ଯୋଗୁଁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ହାତେଇଥିଲେ। ପୂର୍ବରୁ ସେମିଫାଇନାଲ୍ରେ ଚିଲିକା ଦଳ ୨ ରନ୍ରେ ସମ୍ବଲପୁର ପିରେଟ୍ସକୁ ଏବଂ ବ୍ରହ୍ମପୁର ଦଳ ୪୮ ରନ୍ରେ ପୁରୀ ଲାୟନ୍ସ କ୍ରିକେଟ୍ କ୍ଲବ୍କୁ ପରାସ୍ତ କରିଥିଲା। ଆୟୋଜକ ଓଡ଼ିଶା ୟୁଥ୍ର ସଦସ୍ୟ ଭରତ ମହାପାତ୍ର, ଦେବେନ୍ଦ୍ର ଦାସ, ମନ୍ମଥ ରାୟ, ସୁନିଲ କୁମାର ମଲ୍ଲିକ, ସଂଜୀବ ଦାସ, ଆକାଶ ଦାଶ, ସୁନିଲ କୁମାର ନାୟକ, ବିଜ୍ଞାନ, ଗୋପୀନାଥ ବିଶ୍ବାଳ, ଅରୁଣ ଗୋଲ୍ଡେନ୍ ଏବଂ ସୀତାଂଶୁ ମହାପାତ୍ର ପ୍ରତିଯୋଗିତା ପରିଚାଳନାରେ ପ୍ରମୁଖ ଭୂମିକା ନେଇଥିଲେ।
ବାଙ୍ଗାଲୋର ଓପିଏଲ୍ରେ ଚିଲିକା ବିଜେତା
/sambad/media/post_attachments/wp-content/uploads/2019/01/Untitled-9-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)