ବିଶ୍ବକପ୍ରୁ ଅଭିଯାନ ଶେଷ ହୋଇଯିବା ପରେ ପ୍ରଥମ ପଦାର୍ପଣକାରୀ ଏସୀୟ ଦେଶ ଚୀନ୍ ଏବଂ ୟୁରୋପୀୟ ଶକ୍ତି ସ୍ପେନ୍ ସ୍ବଦେଶ ବାହୁଡି ଯାଇଛନ୍ତି। ମଙ୍ଗଳବାର ବିଶ୍ବକପ୍ର ପ୍ରାରମ୍ଭିକ ପର୍ଯ୍ୟାୟ ଶେଷ ହୋଇଛି। ପୁଲ୍ରେ ୨୪ ଏବଂ କ୍ରସ୍ ଓଭଭର ୪କୁ ମିଶାଇ ୨୮ ମ୍ୟାଚ୍ ପରେ ଅଂଶଗ୍ରହଣକାରୀ ୧୬ ଦେଶରୁ ୮ ଦଳ ପଦକ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। କିଛି ଦେଶ ଚଳିତ ସପ୍ତାହରେ ଓଡ଼ିଶା ପର୍ଯ୍ୟଟନର ମଜା ନେବେ ଏବଂ ଆଉ କିଛି ଦେଶ ବୁଧବାରଠାରୁ ସ୍ବଦେଶ ଅଭିମୁଖେ ବାହୁଡ଼ିବେ। ବିଶ୍ବକପ୍ ଦୌଡ଼ରେ ତିଷ୍ଠିଥିବା ଶେଷ ୮ ଦେଶ ବୁଧବାରଠାରୁ କ୍ବାର୍ଟର ଫାଇନାଲ୍ ଖେଳିବେ।
ଚୀନ୍ ଓ ସ୍ପେନ୍ ବାହୁଡିଗଲେ
/sambad/media/post_attachments/wp-content/uploads/2018/12/hokey-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)