ଚୀନର ନୂଆଁ ରେକର୍ଡ: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ କଲା ସର୍ବନିମ୍ନ ସ୍କୋର

ବ୍ୟାଙ୍କକ୍‌: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚରେ ସର୍ବନିମ୍ନ ସ୍କୋର କରି ଚୀନ ବିରଳ ରେକର୍ଡ ସୃଷ୍ଟି କରିଛି। ଚୀନ ଏହି ମ୍ୟାଚରେ ୧୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଏହା ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବନିମ୍ନ ସ୍କୋର ଅଟେ।

ସଂଯୁକ୍ତ ଆରବ ଇମିରାତ (ୟୂଏଇ) ଟିମ୍‌ ପ୍ରଥମେ ବ୍ୟାଟିଂ କରି ୩ ଓ୍ଵିକେଟ ହରାଇ ୨୦୩ ରନ କରିଥିଲା। ଭାରତୀୟ ମୂଳ ନିବାସୀ ଈଶା ରୋହିତ ଓଜା ସର୍ବାଧିକ ୮୨ ରନ କରିଥିଲେ। ଚାୟା ମୁଗଲ ୩୩ ରନ, ଡିସୁଜା ୨୬ ରନ ଓ କଭିଶା ଇଗୋଡୋଗେ ୨୫ ରନ କରିଥିଲେ।

ଦ୍ୱିତୀୟ ଇନିଂସରେ ୨୦ ରନ ବିଜୟ ଲକ୍ଷ୍ୟ ନେଇ ଚୀନ ଟିମ ଖୁବ କମ୍‌ ସମୟ ମଧ୍ୟରେ ୧୦ ଓଭରରେ ୧୪ ରନ କରି ସମସ୍ତ ଓ୍ଵିକେଟ ହରାଇଥିଲା। ୟିଙ୍ଗ ଝୋଓ ଓ ଝୋଙ୍ଗ ୟାନଲିଙ୍ଗ ୩-୩ ରନ୍‌ କରିଥିଲେ। ଝୋଙ୍ଗ ଚାନ ୨ ରନ୍‌ କରିଥିଲେ। ସେହିପରି ୨ ରନ୍‌ ଅତିରିକ୍ତ ମିଳିଥିଲା। ଟିମ୍‌ର ୭ ଜଣ ଖେଳାଳି କୌଣସି ରନ୍‌ କରି ନଥିଲେ। ମହିଳା ଟି-୨୦ରେ ଏହା ପୂର୍ବରୁ ସର୍ବନମ୍ନ ସ୍କୋର ରେକର୍ଡ ମେକ୍ସିକୋ ନାଁରେ ଥିଲା। ଗତ ବର୍ଷ ବ୍ରାଜିଲ ବିପକ୍ଷରେ ମେକ୍ସିକୋ ୧୮ ରନ କରିଥିଲା।

ସମ୍ବନ୍ଧିତ ଖବର