ଷ୍ଟିକ୍‌ ଧରିଲେ ଚୀନ ଗୋଲି

ଫ୍ରାନ୍ସ ବିପକ୍ଷ ମ୍ୟାଚ୍ ବେଳେ ଚୀନ ଗୋଲରକ୍ଷକ କାଇୟୁ ୱାଙ୍ଗ୍ ଗୋଲପୋଷ୍ଟ ଛାଡ଼ି ଷ୍ଟିକ୍ ଥରି ଖେଳିବା ପ୍ରଶଂସକଙ୍କୁ ଭାରି ପସନ୍ଦ ଲାଗିଥିଲା। ଗୋଲମୁହଁକୁ ମୁକୁଳା ପକାଇ ଦେଇ ସେ ଡିଫେଣ୍ଡର ଭାବେ ପ୍ରାୟ ଶେଷ ୫ ମିନିଟ୍‌ ଖେଳିଥିଲେ। ଚୀନ ପଛୁଆ ରହିବା ଏବଂ ପରାଜୟ ପାଖେଇ ଆସୁଥିବାରୁ ଦଳର ଆକ୍ରମଣକୁ ବଢ଼ାଇବା ଲାଗି ସେ ଏହି କୌଶଳ ଆପଣାଇଥିଲେ। ଏହି କୌଶଳ ମଧ୍ୟ କାମ କରିଥିଲା। ଶେଷ ୨ ମିନିଟରେ ୨ ପେନାଲଟି କର୍ନର ଅର୍ଜନ କରିଥିଲା। ଯା‌ହାକୁ ଫ୍ରାନ୍ସ ଗୋଲି ଆର୍ଥର ଥିଫ୍ରୀ ନିଷ୍ଫଳ କରିଦେଇଥିଲେ।

ସମ୍ବନ୍ଧିତ ଖବର