ଚାଇନା ଓପନ: ଦୁଇଟି ଫାଇନାଲରେ ପ୍ରମୋଦ

ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ଚଳିତ ଚାଇନା ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଉଭୟ ପୁରୁଷ ଏକକ ଓ ଯୁଗଳ ବର୍ଗ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଏକକ ସେମିଫାଇନାଲରେ ପ୍ରମୋଦ ଜାପାନର ଦାଇସୁକେ ଫୁଜିହାରାଙ୍କୁ ୨୧-୧୫, ୧୯-୨୧, ୨୧-୧୦ରେ ପରାସ୍ତ କରିଛନ୍ତି। ରବିବାର ଫାଇନାଲରେ ସେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ଭେଟିବେ। ସେହିଭଳି ଯୁଗଳରେ ପ୍ରମୋଦ ଏବଂ ତାଙ୍କ ଯୋଡ଼ିଦାର ମନୋଜ ସରକାର ଚାଇନାର ଜିଆଉ ଚେନ୍ ଏବଂ ୟୁୟାଙ୍ଗ ଗାଓଙ୍କୁ ୨୪-୨୨, ୨୧-୧୪ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ପ୍ରମୋଦ ଓ ମନୋଜ ନିଜ ଦେଶର ବିକ୍ରମ କୁମାର ଏବଂ ସୁହାଶ ଲି’ଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର