ଚାଇନା ପାରା ବ୍ୟାଡ୍‌ମିଣ୍ଟନ୍‌, ସେମିରେ ପ୍ରମୋଦ

ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ଚଳିତ ଚାଇନା ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଉଭୟ ପୁରୁଷ ଏକକ ଓ ଯୁଗଳର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଏକକ କ୍ବାର୍ଟର ଫାଇନାଲ୍‌ରେ ଭାରତର ନୀତୀଶ କୁମାରଙ୍କ ବିପକ୍ଷରେ ଖେଳୁଥିବା ପ୍ରମୋଦ ପ୍ରଥମ ସେଟ୍‌ ୨୩-୨୫ରେ ହାରିଥିଲା ବେଳେ ଦ୍ବିତୀୟ ସେଟ୍‌କୁ ୨୧-୧୬ରେ ଜିତିଥିଲେ। ହେଲେ ତୃତୀୟ ସେଟ୍‌ ଆରମ୍ଭ ପୂର୍ବରୁ ନୀତୀଶ ଓହରିଯିବାରୁ ପ୍ରମୋଦ ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଇଥିଲେ। ଶନିବାର ସେମିଫାଇନାଲ୍‌ରେ ପ୍ରମୋଦ ଜାପାନ୍‌ର ଦାଇସୁକ ଫୁଜିହାରାଙ୍କୁ ଭେଟିବେ। ‌ଯୁଗଳରେ ଭାରତୀୟ ଯୋଡ଼ି ପ୍ରମୋଦ ଓ ମନୋଜ ସରକାର କ୍ବାର୍ଟର୍‌ ଫାଇନାଲ୍‌ରେ ‘ବାଇ’ ପାଇ ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ଫାଇନାଲ୍‌ ସ୍ଥାନ ପାଇଁ ଏହି ଯୋଡ଼ି ଚୀନ୍‌ ‌ଯୋଡ଼ିଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର