ଭୁବନେଶ୍ବର : ସ୍ପୋର୍ଟସ କ୍ଲାଇମ୍ବିଂର ସଫଳ ସ୍ତର ଭାବେ ବିବେଚିତ ‘ବିଲେୟାର୍’ର ଜାତୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓଡ଼ିଶାର ଅନ୍ୟତମ ଦୁଃସାହସିକ କ୍ରୀଡ଼ାବିତ୍ ଚିନ୍ମୟ ମହାରଣା। ପର୍ବତାରୋହଣ ପାଇଁ ବିଶେଷ ଭାବେ ପରିଚିତ ଚିନ୍ମୟ ସମ୍ପ୍ରତି କୋଲକାତାର ସଲ୍ଟ ଲେକ୍ସ୍ଥିତ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଅନୁଷ୍ଠିତ ଓପନ୍ ସ୍ପୋର୍ଟସ କ୍ଲାଇମ୍ବିଂ ପ୍ରତିଯୋଗିତାକୁ ସଫଳତାର ସହ ସମ୍ପନ୍ନ କରିବାରୁ ଏହି ପ୍ରମାଣପତ୍ର ପାଇଛନ୍ତି। ଜାତୀୟ ସ୍ତରର ବିଲେୟାର୍ ଭାବେ ଆନୁଷ୍ଠାନିକ ଭାବେ ସେ ଏହି ଗୌରବ ଆଣିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଯୁବ ସେବା ଓ କ୍ରୀଡ଼ା ବିଭାଗ ସହାୟତାରେ ପଶ୍ଚିମବଙ୍ଗ ମାଉଣ୍ଟେନିୟରିଂ ଆଣ୍ଡ ଆଡଭେଞ୍ଚର୍ ସ୍ପୋର୍ଟସ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଫେବ୍ରୁଆରି ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp