ଭୁବନେଶ୍ବର: ପର୍ବତାରୋହୀ ତଥା ଯୁବ ଚିତ୍ରଶିଳ୍ପୀ ଚିନ୍ମୟ ମହାରଣା ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ୍‌ ଏଲବ୍ରସ୍ ଆରୋହଣ କରିବା ଯୋଜନାରେ କରିଛନ୍ତି। ଏହି ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଘୁନାଥ ବେଶର ପଟ୍ଟଚିତ୍ର ଏଲବ୍ରସ୍ ଶିଖରରେ ସ୍ଥାପନ କରି ଓଡ଼ିଶାର କଳାକାରଙ୍କ କୃତିତ୍ବକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରହିଛନ୍ତି ସେ। ଚିନ୍ମୟଙ୍କ ନୂଆ ଅଭିଯାନ ପୂର୍ବରୁ ତାଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂହ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାୟ, ଏଭେରେଷ୍ଟର ତଥା ଆସା ସମ୍ପାଦକ ଗଣେଶ ଚନ୍ଦ୍ର ଜେନା, ପର୍ବାରୋହୀ ନୃସିଂହ ସାହୁ, ଡକ୍ଟର ଆଦିଥ୍ୟ ଖାଡ଼ଙ୍ଗା, ମଧୁସ୍ମିତା ରାଉତ, ଆସା ଉପଦେଷ୍ଠା ଅଶୋକ ମହାନ୍ତି ପ୍ରମୁଖ ଶୁଭକାମନା ଜଣାଇଛନ୍ତି।

Advertisment

ଚିନ୍କୟ ଗତ ୧୧ବର୍ଷ ହେବ ଦୁଃସାହସିକ କ୍ରୀଡ଼ାରେ ସକ୍ରୀୟ ରହି ଅନେକ ସଫଳତା ଓ ଦକ୍ଷତା ହାସଲ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୧୧ଟି ପର୍ବତ ଶିଖରକୁ ସଫଳତାର ଆରୋହଣ କରିସାରିଛନ୍ତି। ଜୁନ୍ ୨୦୨୨ ମସିହାରେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ (୧୯, ୩୪୧) ଶିଖରରେ ସଫଳତାର ସହ ପାଦ ଥାପିଥିଲେ ଚିନ୍ମୟ। ତା’ସହିତ ସେହି ପର୍ବତ ଗିରିଶୃଙ୍ଗରେ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ ପଟ୍ଟଚିତ୍ର ସ୍ଥାପନ କରିଥିଲେ।