ମେଣ୍ଢାଶାଳ: ଆଇଟା-ଓଟିଏ ୫୦,୦୦୦ ପୁରୁଷ ମାନ୍ୟତା ଟେନିସ୍ ପ୍ରତିଯୋଗିତାରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ତିଷ୍ଠି ରହିଥିବା ଚିନ୍ମୟ ପ୍ରଧାନ ଏକକ ବର୍ଗ ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ୍ କମ୍ପ୍ଲେକ୍ସରେ ଖେଳା ଯାଇଥିବା ଗୁରୁବାର ଏକକ ସେମିଫାଇନାଲ୍ରେ ଶୀର୍ଷ ମାନ୍ୟତା ଚିନ୍ମୟ ଚତୁର୍ଥ ମାନ୍ୟତା କର୍ଣ୍ଣାଟକର ନିକ୍ଷେପ୍ ବି ରବିକୁମାରଙ୍କଠୁ ପ୍ରଥମ ସେଟ୍ ୩-୬ରେ ହାରି ଯାଇଥିଲେ। କିନ୍ତୁ ପରବର୍ତୀ ଦୁଇ ସେଟ୍କୁ ଚିନ୍ମୟ ୬-୪, ୬-୩ରେ ଜିତି ଫାଇନାଲ୍ରେ ପହଞ୍ଚି ଯାଇଥିଲେ। ଫାଇନାଲ୍ରେ ଚିନ୍ମୟ ତାମିଲନାଡ଼ୁର ଅର୍ଜୁନ ମହାଦେବନଙ୍କୁ ଭେଟିବେ। ସେମିଫାଇନାଲ୍ରେ ଅର୍ଜୁନ ୭-୬, ୬-୩ ସେଟ୍ରେ ନିଜ ରାଜ୍ୟର ଆର୍ଯ୍ୟ କେଏସ୍ ସିଦ୍ଧାର୍ଥଙ୍କୁ ପରାସ୍ତ କରିଥିଲେ। ତେବେ ଯୁଗଳ ବର୍ଗରେ ଆନ୍ଧ୍ରପ୍ରଦେଶର ଉମେର୍ ସେଖ୍ଙ୍କୁ ସାଥୀ କରି ଖେଳୁଥିବା ଚିନ୍ମୟ ହାର୍ ମାନିଥିଲେ। ଏହି ଦ୍ୱିତୀୟ ମାନ୍ୟତା ଓଡ଼ିଶା-ଆନ୍ଧ୍ର ଯୋଡ଼ି ୧-୬, ୫-୭ ସିଧାସଳଖ ସେଟ୍ରେ ଚତୁର୍ଥ ମାନ୍ୟତା ତାମିଲନାଡ଼ୁ ଯୋଡ଼ି ଭରତ ଏନ୍ କୁମାରନ୍ ଓ ଆର୍ଯ୍ୟ କେଏସ୍ ସିଦ୍ଧାର୍ଥଙ୍କଠୁ ପରାସ୍ତ ହୋଇଥିଲେ।
ଫାଇନାଲ୍ରେ ଚିନ୍ମୟ: ଗୁରୁକୁଳ ଆଇଟା-ଓଟିଏ ଟେନିସ୍
/sambad/media/post_attachments/wp-content/uploads/2018/04/Chinmay-Pradhan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)