ନାଚିବା ଛଡା ଏସବୁ କାମ କରି ଟଙ୍କା ରୋଜଗାର କରନ୍ତି ଚିୟରଲିଡ଼ର୍ସ

ନୂଆଦିଲ୍ଲୀ: ଆଜିଠାରୁ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେଉଛି। ତେବେ ଆଇପିଏଲ ମ୍ୟାଚ ସମୟରେ ଆପଣ ରୋମାଞ୍ଚରେ ଭରପୁର ଆକ୍ସନ୍ କ୍ରିକେଟ୍ ସହ ଚିୟରଲିଡ଼ର୍ସଙ୍କୁ ମଧ୍ୟ ଦେଖିବାକୁ ପାଇଥାନ୍ତି | ମ୍ୟାଚର ପ୍ରତି ଚାରି ଏବଂ ଛକାରେ ଚିୟରଲିଡ଼ର୍ସ ଠୁମକା ଲଗାଉଥିବାର ନଜର ଆସନ୍ତି | ତେବେ ଆପଣ ଜାଣନ୍ତି କି ଏହି ଚିୟରଲିଡ଼ର୍ସମାନେ କେଉଁ ଦେଶରୁ ଆସନ୍ତି ଓ ସେମାନଙ୍କର ଦରମା କେତେ? ଗୋଟିଏ ସିଜିନରେ ସେମାନେ କେତେ ଟଙ୍କା ରୋଜଗାର କରନ୍ତି? ସାଧାରଣତଃ ଆପଣ ଭାବୁଥିବେ ଯେ ଚିୟରଲିଡ଼ର୍ସମାନେ ଋଷିଆରୁ ଆସୁଛନ୍ତି | କିନ୍ତୁ ବାସ୍ତବରେ ଏହି ଚିୟରଲିଡ଼ର୍ସମାନେ ୟୁରୋପର ଛୋଟ ଏବଂ ବଡ ସହରରୁ ଏଜେନ୍ସି ମାଧ୍ୟମରେ ଆଇପିଏଲରେ ପହଞ୍ଚନ୍ତି | ଏହି ଚିୟରଲିଡ଼ର୍ସମାନେ ମୋଟା ପ୍ୟାକେଜରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି |

ଚିୟରଲିଡ଼ର୍ସମାନେ ସର୍ବାଧିକ ୨୦୦୦୦ ଡଲାର୍ ବା ଭାରତୀୟ ମୁଦ୍ରାରେ ୧୭ ଲକ୍ଷ ଟଙ୍କା ନେଇଥାନ୍ତି | ଅର୍ଥାତ ଗୋଟିଏ ସିଜିନରେ ଚିୟରଲିଡ଼ର୍ସମାନେ ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି | ଏହି ପ୍ୟାକେଜ୍ ବ୍ୟତୀତ ପାର୍ଟି ପରଫରମାନ୍ସ ବୋନସ୍, ଏଲିମେଟର୍ ବୋନସ୍ ଅଲଗା ହୋଇଥାଏ | ଅର୍ଥାତ ଯଦି ସେମାନେ ଯେଉଁ ଦଳ ପାଇଁ ନାଚୁଛନ୍ତି, ସେହି ଦଳ ଯଦି କ୍ୱାଲିଫାୟର କିମ୍ବା ଫାଇନାଲରେ ପହଞ୍ଚିଯାଏ, ତେବେ ସେହି ମ୍ୟାଚ୍ ପାଇଁ ବୋନସ୍ ଅଲଗା ମିଳିଥାଏ | ସେହିପରି ମ୍ୟାଚ୍ ପରେ କିମ୍ବା ପୂର୍ବରୁ ସନ୍ଧ୍ୟା ପାର୍ଟିକୁ ଯାଇ ସେମାନେ ଅତିରିକ୍ତ ରୋଜଗାର କରନ୍ତି | ଦରମା ବ୍ୟତୀତ ଆଇପିଏଲ୍ ଚିୟରଲିଡ଼ର୍ସମାନେ ପ୍ରତ୍ୟେକ ମ୍ୟାଚ୍ ପାଇଁ ମାଗଣା ଟିକେଟ ପାଆନ୍ତି | ସେମାନଙ୍କ ପାଇଁ ଷ୍ଟାଡିୟମରେ ଖାଦ୍ୟ, ରହିବା ମାଗଣାରେ ଉପଲବ୍ଧ ହୋଇଥାଏ | ତେବେ ବଡ କଥା ଯେ ଏହି ଦରମା ଜଣେ ଚିୟରଲିଡ଼ର୍ସଙ୍କ ବୟସ, ଅଭିଜ୍ଞତା, ସୁନ୍ଦରତା ଉପରେ ନିର୍ଭର କରିଥାଏ |

ସମ୍ବନ୍ଧିତ ଖବର