ଧୋନିଙ୍କୁ ଚୁଟି ଛୋଟ କରିବାକୁ କହିଥିଲେ ଚୋପ୍ରା

ସୁଶାନ୍ତଙ୍କୁ କହି‌ଥିଲେ ‘ବହୁତ ପ୍ରଶ୍ନ ପଚାରିଦେଲ’

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୩୯ତମ ଜନ୍ମଦିନ ଅବସରରେ ପୂର୍ବତନ କ୍ରିକେଟର୍‌ ଆକାଶ ଚୋପ୍ରା ୨୦୦‌୪ରେ ଭାରତ-ଏ ଦଳର ଜିମ୍ବାୱେ ଏବଂ କେନିଆ ଗସ୍ତ ବେଳର କଥା ମନେ ପକାଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋର କ୍ରିକେଟ୍‌ ଜୀବନ ମଧ୍ୟରେ ମୁଁ ବହୁ କ୍ରିକେଟର୍‌ଙ୍କୁ ଦେଖିଛି ଏବଂ ନିକଟତର ମଧ୍ୟ ହୋଇଛି। ଏମାନଙ୍କ ମଧ୍ୟରୁ କେତେକ ସଫଳତା ହାସଲ କରି ଉପରକୁ ଉଠିଛନ୍ତି ତ ଅନ୍ୟ କେତେକ ବିଫଳ ହୋଇ ବିଦାୟ ନେଇଛନ୍ତି।

ଏଥିରେ ମଧ୍ୟ କିଛି ‌ରହିଛନ୍ତି ଯେଉଁମାନେ ଫେସନ୍‌ ଯୋଗୁଁ ଅନ୍ୟର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିମାନଙ୍କ ମଧ୍ୟରେ ଧୋନି ଅନନ୍ୟ ବୋଲି ନିଜ ୟୁଟ୍ୟୁବ ଚ୍ୟାନେଲ ଆକଶ ବାଣୀରେ କ୍ରିକେଟର୍‌ରୁ ଭାଷ୍ୟକାର ହୋଇଥିବା ଆକାଶ କହିଛନ୍ତି। ତାଙ୍କର ଲମ୍ବା ସୁନେଲି ରଙ୍ଗର ଚୁଟି, ମୁହଁରେ ଧଳା ସନ୍‌ସ୍କ୍ରିନ୍‌ ଏବଂ ଆଖିରେ ନାମୀ କମ୍ପାନିର ଗଗଲ୍ସ। ଏସବୁ ଦେଖିଲେ ତାଙ୍କୁ ପଚାରି ପାରନ୍ତି ଆପଣ ପଡ଼ିଆ ଭିତରକୁ ପ୍ରବେଶ କରୁଛନ୍ତି, ହେଲେ ବଲିଉଡ୍‌ ସେଟ୍‌କୁ ନୁହେଁ। କିନ୍ତୁ ଏଠାରେ ତୁମକୁ ବିସ୍ମିତ ହେବାକୁ ପଡ଼ିବ। ‌ଯେମିତି ମୁଁ ତାଙ୍କ ରୁମ୍‌ମେଟ୍‌ ହେଇକି ମଧ୍ୟ ଏପରି ବିସ୍ମିତ ହୋଇଥିଲି। ଏଭଳି ଘଟଣା ୨୦୦୪ରେ ଭାରତ-ଏ’ର ଜିମ୍ବାୱେ ଓ କେନିଆ ଗସ୍ତ ବେଳେ ଘଟିଥିଲା। ମୁଁ ଏବଂ ‌ଧୋନି ଗୋଟିଏ ରୁମ୍‌ରେ ରହୁଥିଲୁ। ତାଙ୍କୁ ପଚାରିଲି କ’ଣ ଖାଇବାକୁ ଭଲପାଅ। ସେ କହିଲେ ତୁମେ ଯାହା ଚାହିଁବ ମଗାଇପାରିବ। କେତେବେଳେ ଶୋଇବ ପଚାରିଲେ ତୁମେ ଯେବେ ଲାଇଟ୍‌ ବନ୍ଦ କରିବ ବୋଲି ଧୋନି ଉତ୍ତର ରଖିଥାନ୍ତି। ମୁଁ ଦିନ‌େ ତାଙ୍କୁ ଶାନ୍ତ ଭାବେ କହି‌ଲି ତୁମେ ଏହି ଲମ୍ବା ଚୁଟି କାଟି ଦିଅ। ନହେଲେ ଲୋକେ ତୁମକୁ ଦାୟିତ୍ବବାନ କ୍ରିକେଟର୍‌ ବୋଲି ବିଶ୍ବାସ କରିବେନି। ଏହାର ଜବାବରେ ସେ କହିଥିଲେ, ‘ମୁଁ ମୋ ଚୁଟି କାଟିବିନି, ‌ଯେପର୍ଯ୍ୟନ୍ତ ଲୋକେ ମୋତେ ଦେଖି ସେମାନଙ୍କ ଚୁଟି ନବଢ଼ାଇଥିବେ’ ବୋଲି ଚୋପ୍ରା ପୁରୁଣା ସ୍ମୃତି କଥା ମନେ ପକାଇ କହିଛନ୍ତି।

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ଏମ୍‌ ଏସ୍‌ ଧୋନି: ଦ ଅନଟୋଲ୍ଡ ଷ୍ଟୋରି ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଧୋନିଙ୍କ ଚରିତ୍ରରେ ନିକଟରେ ଆତ୍ମହତ୍ୟା କରିଥିବା ଯୁବ ବଲିଉଡ୍‌ ତାରକା ସୁଶାନ୍ତ ସିଂହ ରାଜପୁତ ନିଖୁଣ ଅଭିନୟ କରିଥିଲେ। ଅବଶ୍ୟ ଏଥିପାଇଁ ସୁଶାନ୍ତଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ଅଭିନୟ ପୂର୍ବରୁ ଧୋନିଙ୍କ ବିଷୟରେ ଅଧିକ ଜାଣିବା ଲାଗି ତାଙ୍କୁ ଭେଟିଥିଲେ। ସେହି ସମୟରେ ‌ଧୋନି ଗୁଡ଼ାଏ ପ୍ରଶ୍ନ ପଚାରିଥିଲେ। ଏହା ଶୁଣି ସୁଶାନ୍ତଙ୍କୁ ଧୋନି କହିଥିଲେ ‘ତୁମେ ବହୁତ ପ୍ରଶ୍ନ ପଚାରିଦେଲ’।

ସମ୍ବନ୍ଧିତ ଖବର