ଚୌଦ୍ୱାର-ମଙ୍ଗୁଳି: ଚୌଦ୍ୱାର ୟୁଥ୍ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ଓଟିଏମ୍ ହାଇସ୍କୁଲ ଖେଳ ପଡ଼ିଆରେ ଚୌଦ୍ୱାର କପ୍ ଫୁଟ୍ବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ଅନୁଷ୍ଠିତ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଆଠଗଡ଼ର ପଙ୍କାଳ ଫୁଟ୍ବଲ୍ ଦଳ ଓ କଟକର ଲକ୍ଷ୍ମୀନାରାୟଣ କ୍ଲବ୍ ବିଜୟୀ ହୋଇ ସେମିଫାଇନାଲ୍ ପ୍ରବେଶ କରିଥିଲା ବେଳେ ଶନିବାର ଦୁଇଟି କ୍ୱାର୍ଟର ଫାଇନାଲରେ ଢ଼େଙ୍କାନାଳର ପପୁଲାର କ୍ଲବ୍ ଓ ଖୋର୍ଧାର କେରଙ୍ଗ ସେମିଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ଶନିବାର ପପୁଲାର କ୍ଲବ୍ ୩-୧ ଗୋଲ୍ରେ କଟକର ଚାନ୍ଦ୍ କ୍ଲବକୁ ପରାସ୍ତ କରିଥିଲା ବେଳେ କେରଙ୍ଗ ୨-୧ ଗୋଲ୍ରେ କଟକର ପ୍ରତାପନଗରୀକୁ ହରାଇ ଦେଇଛି। ରବିବାର ପ୍ରଥମ ସେମିଫାଇନାଲ୍ରେ ପଙ୍କାଳ ଓ ପପୁଲାର କ୍ଲବ୍ ଏବଂ ଦ୍ୱିତୀୟ ସେମିଫାଇନାଲରେ କେରଙ୍ଗ ଓ ଲକ୍ଷ୍ମୀନାରାୟଣ କ୍ଲବ୍ ମୁହାଁମୁହିଁ ହେବେ। ଏହି ଅବସରରେ ଓଡ଼ିଶା ରାଜ୍ୟ ମହିଳା ଏକାଦଶ ଫୁଟ୍ବଲ୍ ଦଳ ଓ ଉତ୍ତରପ୍ରଦେଶର ରାଜ୍ୟ ମହିଳା ଏକାଦଶ ଦଳ ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟ୍ବଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ରବିବାର ଅପରାହ୍ନରେ ଫାଇନାଲ୍ ଖେଳାଯିବ। ଶନିବାର ଫାଓ ଉପ ସଭାପତି ତଡ଼ିତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ଅରୁଣ କୁମାର ସାମଲ, ୟୁଥ୍ ଆସୋସିଏସନ୍ର ସଭାପତି ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ ଅଶୋକ କୁମାର ସାହୁ, ସହ ସମ୍ପାଦକ ସନ୍ଦିପ୍ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।
ସେମିରେ ପଙ୍କାଳ-ପପୁଲାର, ଲକ୍ଷ୍ମୀନାରାୟଣ-କେରଙ୍ଗ ମୁକାବିଲା
ଚୌଦ୍ୱାର କପ୍ ଫୁଟ୍ବଲ୍ ପ୍ରତିଯୋଗିତା
/sambad/media/post_attachments/wp-content/uploads/2017/12/football-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)