ଜମାଇକା: ୱେଷ୍ଟଇଣ୍ଡିଜର ଷ୍ଟାର ବିସ୍ଫୋରକ ବ୍ୟାଟସ୍ମ୍ୟାନ କ୍ରିସ୍ ଗେଲ ରବିବାର ଘରୋଇ ମ୍ୟାଚରେ ଶତକ ହାସଲ କରିଛନ୍ତି। ଶତକ ହାସଲ କରିବା ପରେ ଗେଲ ଭାରତ ବିପକ୍ଷରେ ଦିନିକିଆରେ ସାମିଲ ହୋଇ ପାରନ୍ତି ବୋଲି ଆଶା କରାଯାଉଛି। କ୍ରିସ ଗେଲ୍ ଶେଷ ଥର ପାଇଁ ଦିନିକିଆ ମ୍ୟାଚ ୨୦୧୮ ଜୁଲାଇ ୨୮ରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ। ଗେଲ ଯଦି ଭାରତ ବିପକ୍ଷରେ ଦିନିକିଆ ପାଇଁ ଚୟନ ହୁଅନ୍ତି ପ୍ରଶଂସକମାନେ ପୁଣି ଥରେ ତାଙ୍କ ବ୍ୟାଟ୍ରୁ ଦମଦାର ପ୍ରଦର୍ଶନ ଦେଖିପାରିବେ।
୨୯ ବର୍ଷିଅ ଗେଲ୍ ଜମାଇକାରେ ଖେଳାଯାଇଥିବା ରିଜିଓନାଲ ସୁପର-୫୦ ଓଭର ମ୍ୟାଚରେ ଜମାଇକା ସ୍କ୍ରୋପିୟସ ତରଫରୁ ଖେଳି ବାରବାଡସ ପ୍ରାଇଡ ବିପକ୍ଷରେ ୧୧୪ ବଲରେ ୧୨୨ ରନ ସଂଗ୍ରହ କରିଛନ୍ତି। ଏଥିରେ ୧୦ଟି ଚୌକା ଓ ୮ ଛକା ସାମିଲ ଅଛି। ଲିଷ୍ଟ-ଏର ୩୫୬ ମ୍ୟାଚରେ ଗେଲଙ୍କ ଏହା ହେଉଛି ୨୭ତମ ଶତକ। ଗେଲ ଏହା ପୂର୍ବରୁ ଘୋଷଣା କରିଥିଲେ ଯେ, ବାରବାଡସ ବିପକ୍ଷରେ ଜମାଇକା ତରଫରୁ ଏହା ତାଙ୍କ ଶେଷ ମ୍ୟାଚ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/gyale.jpeg)