କ୍ରିସ ଗେଲ୍‌ଙ୍କ ଭବିଷ୍ୟବାଣୀ: ବିରାଟ କୋହଲିଙ୍କ ପରେ ଏହି କ୍ରିକେଟର ହେବେ ଟିମ୍‌ ଇଣ୍ଡିଆର ଅଧିନାୟକ!

ନୂଆଦିଲ୍ଲୀ: ‘ୟୁନିଭର୍ସ ବସ’ ନାଁରେ ପ୍ରସିଦ୍ଧ କ୍ରିସ୍‌ ଗେଲ ଭାରତୀୟ କ୍ରିକେଟ ନେଇ ଭବିଷ୍ୟତବାଣୀ କରିଛନ୍ତି। ସେ କହିଛନ୍ତି ଯେ, ଲୋକେଶ ରାହୁଲଙ୍କ ନିକଟରେ ଏଭଳି କ୍ଷମତା ଅଛି, ଯିଏକି ଟିମ୍‌ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ବିରାଟ କୋହଲିଙ୍କ ଉପଲବ୍ଧି ସହିତ ସମକକ୍ଷ ହୋଇପାରିବେ।

ଗେଲ କହିଛନ୍ତି, ଆପଣ ଯେତେବେଳେ ଭାରତୀୟ ବ୍ୟାଟସ୍‌ମ୍ୟାନଙ୍କ କଥା କହୁଛନ୍ତି, ମୋର ନଜରକୁ କେଏଲ ରାହୁଲ ଦୃଷ୍ଟି ଆକର୍ଷଣ କରିଥାନ୍ତି। ମୁଁ ଆଶା କରୁଛି ଯେ, ସେ ବିରାଟ କୋହଲିଙ୍କ ଭଳି ଜଣେ ଭଲ ଖେଳାଳି ହୁଅନ୍ତୁ। ବିରାଟଙ୍କ ପରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ତାଙ୍କୁ ମିଳୁ।

କେଏଲ୍‌ ରାହୁଲ ନିଜ ଜୀବନର ସବୁଠାରୁ ଖରାପ ଦିନ ଅତିକ୍ରମ କରି ସାରିଛନ୍ତି। ତାଙ୍କୁ କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚରେ ଖରାପ ପ୍ରଦର୍ଶନ ଏବଂ ପୁଣି ଟିଭି ସୋ’ରେ ମହିଳା ବିରୋଧୀ ମନ୍ତବ୍ୟ ଯୋଗୁଁ ନିଲମ୍ବିତ ହୋଇଥିଲେ। ରାହୁଲ ଏସବୁକୁ ଖାତିର ନକରି ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ତାଙ୍କୁ ଚଳିତ ପଂଜାବ ଟିମରେ ଚଳିତ ସଂସ୍କରଣର ଆଇପିଏଲ ମ୍ୟାଚରେ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର