ଜର୍ସି ବଦଳାଇ ଫାଇଦାରେ କ୍ରିସ୍ ଗେଲ୍, ଗୋଟିଏ ବର୍ଷରେ ଦ୍ବିତୀୟ ସର୍ବାଧିକ ଛକା ମାରିଲେ

ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ସାଧାରଣତଃ ୪୫ ନମ୍ବର ଜର୍ସି ପିନ୍ଧନ୍ତି। ହେଲେ ବୁଧବାର ନିଜ ୩୦୧ତମ ଦିନିକିଆ ମ୍ୟାଚ୍ ଲାଗି ଗେଲ୍ ୩୦୧ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ବିସ୍ଫୋରକ ଅର୍ଧଶତକ ସହ ସେ ମଧ୍ୟ ଏହାକୁ ସ୍ମରଣୀୟ କରି ଦେଇଥିଲେ। ଗେଲ୍ ସମ୍ଭବତଃ ଆଜି ନିଜ ଶେଷ ଦିନିକିଆ ଖେଳିଥିଲେ। ଏଥିରେ ସେ କ୍ରିକେଟ୍‌ପ୍ରେମୀଙ୍କର ଭରପୁର ମନୋରଞ୍ଜନ କରିଥିଲେ। ଭାରତ ବିପକ୍ଷ ଶୃଙ୍ଖଳା ତାଙ୍କ ସୀମିତ ଓଭର କ୍ରିକେଟ୍ ଜୀବନର ଶେଷ ଶୃଙ୍ଖଳା ବୋଲି ଗେଲ୍ ପୂର୍ବରୁ ଘୋଷଣା କରି ସାରିଛନ୍ତି। ସେଥିପାଇଁ ସେ ଆଜି ସ୍ବତନ୍ତ୍ର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ଆଉଟ୍ ହେବା ପରେ ପ୍ୟାଭିଲିୟନ ଫେରିବା ବାଟରେ ଗେଲ୍ ତାଙ୍କ ବ୍ୟାଟ୍ ଉପରେ ହେଲମେଟ୍ ରଖି ଅବସର ସଙ୍କେତ ଦେଇଥିଲେ। ହେଲେ ଆନୁଷ୍ଠାନିକ ଘୋଷଣା କରି ନଥିଲେ। ବୁଧବାର ସେ (୫୬, ୨୦୧୯) ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ (୫୮, ୨୦୧୫)ଙ୍କ ପରେ ଦ୍ବିତୀୟ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ କରିଥିଲେ। ପାକିସ୍ତାନର ସାହିଦ ଆଫ୍ରିଦି (୪୮, ୨୦୦୦୬) ଓ ଭାରତର ରୋହିତ ଶର୍ମା (୪୬, ୨୦୧୭) ଏହି ଦୁଇ ଜଣଙ୍କ ପଛକୁ ଅଛନ୍ତି।

ଗୋଟିଏ ବର୍ଷରେ ସର୍ବାଧିକ ଛକା

ଖେଳାଳି ଛକା ବର୍ଷ
ଏବି ଡି’ଭିଲିୟର୍ସ ୫୮ ୨୦୧୫
କ୍ରିସ୍ ଗେଲ୍ ୫୬ ୨୦୧୯
ସାହିଦ ଆଫ୍ରିଦି ୪୮ ୨୦୦୬
ରୋହିତ ଶର୍ମା ୪୬ ୨୦୧୭

ଗେଲ୍‌ଙ୍କ ଆନ୍ତର୍ଜାତିକ କ୍ୟାରିୟର

୩୦୧ ଦିନିକିଆ ମ୍ୟାଚ୍‌
୧୦,୪୮୦ ରନ୍‌
୨୫ ଶତକ
୫୪ ଅର୍ଧଶତକ
୧୦୩ ଟେଷ୍ଟ୍‌
୭୨୧୪ ରନ୍‌
୧୫ ଶତକ
୩୭ ଅର୍ଧଶତକ
୫୮ ଟ୍ବେଣ୍ଟି-୨୦ ମ୍ୟାଚ୍‌
୧୬୨୭ ରନ୍‌
୨ ଶତକ
୧୩ ଅର୍ଧଶତକ

ସମ୍ବନ୍ଧିତ ଖବର