ଲଣ୍ଡନ: ବିଶ୍ୱର ଲୋକପ୍ରିୟ ଧାବକ ତଥା ଜମାଇକାର ଓସାଇନ୍ ବୋଲଟ୍ ସନ୍ୟାସ ନେବା ପରେ ବିଶ୍ୱ ଇଣ୍ଡୋର ୬୦ ମିଟର ଚାମ୍ପିଅନ୍ ଖ୍ରୀଷ୍ଟିଆନ୍ କୋଲମ୍ୟାନ୍ଙ୍କ ପାଖରେ ଶନିବାର ଠାରୁ ଆରମ୍ଭ ହେଉଥିବା ‘ଲଣ୍ଡନ ଡାଇମଣ୍ଡ ଲିଗ୍’ର ଦୌଡ଼ ପ୍ରତିଯୋଗିତାରେ ରେକର୍ଡ ସୃଷ୍ଟି କରିବାକୁ ସୁବର୍ଣ୍ଣ ସୁଯୋଗ ଆସିଛି। ଗତ ବର୍ଷ ଅଗଷ୍ଟରେ ଲଣ୍ଡନ ଷ୍ଟାଡିୟମରେ ବିଶ୍ୱ ଚାମ୍ପିଅନ୍ସିପ୍ ସେମିଫାଇନାଲରେ ଆମେରିକାର ଏହି ୨୨ ବର୍ଷିଅ ଧାବକ ୧୦୦ ମିଟର ଦୌଡ଼ରେ ବୋଲଟ୍ଙ୍କ ଚାରି ବର୍ଷର କ୍ରମାଗତ ବିଜୟ ରଥକୁ ଅଟକାଇ ପାରିନଥିଲେ।
ମୋରିସ ଗ୍ରୀନ୍ଙ୍କ ୧୯ ବର୍ଷର ପୁରୁଣା ବିଶ୍ୱ ଇଣ୍ଡୋର ରେକର୍ଡ ଫେବ୍ରୁଆରିରେ ଅତିକ୍ରମ କରିବା ପରେ କୋଲମ୍ୟାନଙ୍କ ନଜର ୧୦୦ ମିଟରରେ ଇତିହାସ ସୃଷ୍ଟି କରିବାର ଅଛି। ସେ ୨୦୧୬ ରିଓ ଅଲମ୍ପିକ୍ ପରେ ୧୦୦ ମିଟରରେ ବିଶ୍ୱର ଶ୍ରେଷ୍ଠ ଧାବକର ପରିଚୟ ଦେଇ ସାରିଛନ୍ତି। ଗତ ବର୍ଷ ସେ ଆମେରିକାରେ ୯.୮୨ସେକେଣ୍ଡରେ ରେକର୍ଡ ସୃଷ୍ଟି କରିଥିଲେ।
/sambad/media/post_attachments/wp-content/uploads/2018/07/christian-coleman-300x169.jpg)
୧୦୦ ମିଟରରେ ଆମେରିକାର କେମରୁନ ବୁରେଲ, ୨୦୧୧ ବିଶ୍ୱ ଚାମ୍ପିଅନ୍ ୟୋହାନ ବ୍ଲେକ୍, ଦକ୍ଷିଣ ଆମେରିକାର ରାଜ୍ୟଗୋଷ୍ଠୀ ଚାମ୍ପିଅନ୍ ଅକାନୀ ସିମ୍ବାଇନ ଓ ବ୍ରିଟେନର ରୀସେ ପ୍ରେସକୋର୍ଡ ସାମିଲ ଅଟନ୍ତି।
ପୁରୁଷ ବର୍ଷରେ ୪୦୦ ମିଟର ଦୌଡ଼ରେ କିରାନୀ ଜେମ୍ସ ଫେରିବେ। ସେ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ମହିଳା ବର୍ଗରେ ୨୦୦ ମିଟର ଦୌଡ଼ରେ ଜମାଇକାର ଅଲମ୍ପିକ ବିଜୟିନୀ ଏଲେନେ ଥାମ୍ପସନ ଓ ନେଦରଲାଣ୍ଡର ବିଶ୍ୱ ଚାମ୍ପିଅନ୍ ଡାଫନେ ଶିପର୍ସଙ୍କ ଉପରେ ଦର୍ଶକଙ୍କ ନଜର ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/coleman.jpeg)